କାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ‘ସିଲ୍‌ଭର୍‌ ଗାନ୍ଧୀ’କୁ ପ୍ରଥମ ପୁରସ୍କାର

Advertisment
କାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ‘ସିଲ୍‌ଭର୍‌ ଗାନ୍ଧୀ’କୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର: କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍‌ ଚଳଚ୍ଚିତ୍ର ‘ସିଲ୍‌ଭର୍‌ ଗାନ୍ଧୀ’କୁ ମିଳିଛି ପ୍ରଥମ ପୁରସ୍କାର। ସାଇରାମ ଗାନ୍ଧୀ ନାମରେ ଓଡ଼ିଶାରେ ଲୋକପ୍ରିୟ ମୋହନ ମହାପାତ୍ରଙ୍କ ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମୋହନ ଏକ ନିଆରା ଅଭିଯାନ ଆରମ୍ଭ କରିଥିଲେ। ଗାନ୍ଧୀଙ୍କ ଭଳି ପୋଷାକ ପରିଧାନ କରି ଦେହରେ ରୂପେଲି ରଙ୍ଗ ବୋଳି ରାଜ୍ୟରେ ସ୍ବଚ୍ଛତାର ପ୍ରଚାର କରିଥିଲେ। ତାଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ସାରା ଦେଶରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅବିନାଶ ନନ୍ଦ ଓ ପ୍ରଯୋଜକ ହେଉଛନ୍ତି ସନ୍ତୋଷ ସେଟ୍ଟୀ। ଏ ସମ୍ପର୍କରେ ଅବିନାଶ ନନ୍ଦ କହିଛନ୍ତି, ଚଳଚ୍ଚିତ୍ରଟି ଭାରତୀୟମାନଙ୍କୁ ପରିଷ୍କାର ଓ ସୁସ୍ଥ ଜୀବନ ପାଇଁ ପ୍ରେରଣା ଯୋଗାଇବ। ଏଥିପାଇଁ ଶ୍ରୀ ନନ୍ଦ ପ୍ରଯୋଜକ ଶ୍ରୀ ସେଟ୍ଟୀ, ସଙ୍ଗୀତା ହଂସ ଓ ରଜିନ୍ଦର ସିଂହ ଭାଟିଆ, ଲେଖକ ଅଭିମନ୍ୟୁ ମିଶ୍ର ଓ ସଞ୍ଜୟ ମୁସମ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe