ପ୍ରଥମ କରୋନା ଗଳ୍ପ ସଙ୍କଳନ ‘ହାତଧୁଆ ବେଳ’ ଲୋକାର୍ପିତ

Advertisment

ତିନି ଦିବସୀୟ ଜାତୀୟ ୱେବିନାର୍

ତିନି ଦିବସୀୟ ଜାତୀୟ ୱେବିନାର୍

ପ୍ରଥମ କରୋନା ଗଳ୍ପ ସଙ୍କଳନ ‘ହାତଧୁଆ ବେଳ’ ଲୋକାର୍ପିତ

ଭୁବନେଶ୍ୱର: ୨୪ଜଣ ବିଶିଷ୍ଟ ଓ ଲୋକପ୍ରିୟ ଓଡ଼ିଆ ଗାଳ୍ପିକଙ୍କ ଦ୍ୱାରା ଲିଖିତ କରୋନା ଭିତ୍ତିକ ଗଳ୍ପ ସଙ୍କଳନ ‘ହାତଧୁଆ ବେଳ’ ଲୋକାର୍ପିତ ହୋଇଛି। ଏହି ପ୍ରଥମ ଗଳ୍ପ ସଙ୍କଳନର ସମ୍ପାଦନା କରିଛନ୍ତି ମନୁ ଦାଶ। ‘ଧଉଳି ବୁକ୍ସ’ ଦ୍ୱାରା ଏହା ନିକଟରେ ପ୍ରକାଶ ପାଇଛି। ଗତ ୨୧ ତାରିଖରେ ଏହି ସଙ୍କଳନର ଭର୍ଚୁଆଲ୍ ଲୋକାର୍ପଣ ଅନୁଷ୍ଠିତ ହେବା ସହ ତିନିଦିନ ଧରି କରୋନା ସମ୍ପର୍କିତ ବିସ୍ତୃତ ଆଲୋଚନା ହୋଇଯାଇଛି।

ପ୍ରଥମ ଦିନର ବିଷୟବସ୍ତୁ ଥିଲା ‘ସାମ୍ପ୍ରତିକ ବିଶ୍ୱ ସଙ୍କଟ ପରିପ୍ରେକ୍ଷୀରେ ଲେଖକୀୟ ପ୍ରତିବଦ୍ଧତା’। ସେହିପରି ଦ୍ୱିତୀୟ ଦିନର ବିଷୟବସ୍ତୁ ‘କରୋନା ଓ କଥା ସାହିତ୍ୟ’ ଏବଂ ତୃତୀୟ ଦିନରେ ‘ସମୟର କାନ୍‌ଭାସ୍‌ରେ କଥାକାର’ ବିଷୟରେ ଆଲୋଚନା ହୋଇଥିଲା। ଏହି ୱେବିନାର୍‌ରେ ପ୍ରଫେସର୍ କୈଳାସ ପଟ୍ଟନାୟକ, ଚିରଶ୍ରୀ ଇନ୍ଦ୍ରସିଂ, ସତ୍ୟପ୍ରିୟ ମହାଳିକ, ରବି ସ୍ୱାଇଁ, ଭୀମ ପୃଷ୍ଟି, ପରେଶ ପଟ୍ଟନାୟକ, ସତ୍ୟ ମିଶ୍ର, ଦାଶ ବେନହୁର, ମମତାମୟୀ ଚୌଧୁରୀ, ଯଶୋଧାରା ମିଶ୍ର, ରମେଶ ପଟ୍ଟନାୟକ, ମିହିର କୁମାର ସାହୁ, ନୃସିଂହ ପ୍ରସାଦ ମହାପାତ୍ର, ପ୍ରବୁଦ୍ଧ ଜଗଦ୍ଦେବ ଓ ମଳୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଶାନ୍ତିନିକେତନ ବିଶ୍ୱଭାରତୀର ପ୍ରଫେସର୍ ରବୀନ୍ଦ୍ର କୁମାର ଦାସ ୱେବିନାର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe