କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

Advertisment
କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ଭୁବନେଶ୍ୱର, ୨୪।୧୨ (ଇମିସ): କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ ତଥା ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର୍‌ ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର୍‌ ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା ୫ବର୍ଷ ପାଇଁ ପ୍ରଫେସର ସାମନ୍ତ ଏହି ପଦବୀରେ କାର୍ଯ୍ୟ କରିବେ।

ଏହା ପୂର୍ବରୁ ପ୍ରଫେସର ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବଠାରୁ ଆରମ୍ଭ କରି ଉପକୁଳପତି ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦରେ ରହି ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି। ଆଜି ପ୍ରଫେସର୍‌ ମହାନ୍ତିଙ୍କଠାରୁ ପ୍ରଫେସର୍‌ ସାମନ୍ତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶିକ୍ଷାଦାନ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୫ବର୍ଷର ଅଭିଜ୍ଞତା ରହିଛି। ପ୍ରଫେସର ସାମନ୍ତ ବ୍ରିଟେନର ରୟାଲ୍‍ ସୋସାଇଟି ଅଫ୍‍ ଆର୍ଟସ୍‍ (ଏଫଆରଏସ୍‍ଏ, ୟୁକେ) ଏବଂ କମ୍ପ୍ୟୁଟର୍‌ ସୋସାଇଟି ଅଫ୍‍ ଇଣ୍ଡିଆ (ଏଫ୍‍ସିଏସ୍‍ଆଇ, ଇଣ୍ଡିଆର) ଫେଲୋ ରହିଆସିଛନ୍ତି। ଏହି ନୂତନ ନିଯୁକ୍ତି ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe