ପ୍ରଥମ ମହିଳା ବାଣିଜ୍ୟ ମେଳା ସରିଲା: ‘ଦକ୍ଷତା, କ୍ଷମତା, ସମତା ଓ ମମତା ମିଳନରୁ ମେଳାର ସୃଷ୍ଟି’

Advertisment

ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ପ୍ରଥମ ମହିଳା ବାଣିଜ୍ୟ ମେଳା ସରିଲା: ‘ଦକ୍ଷତା, କ୍ଷମତା, ସମତା ଓ ମମତା ମିଳନରୁ ମେଳାର ସୃଷ୍ଟି’

ଭୁବ‌ନେଶ୍ବର: ଦକ୍ଷତା, କ୍ଷମତା, ସମତା ଓ ମମତାର ମିଳନରୁ ମେଳାର ସୃଷ୍ଟି। ୫ ଦିନ ଧରି ଜନତା ମଇଦାନଠାରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ମହିଳା ଉଦ୍ୟୋଗୀ ପରିଷଦ(ଆଇଡବ୍ଲ୍ୟୁଇସି) ପକ୍ଷରୁ ଚାଲିଥିବା ‘ପ୍ରଥମ ମହିଳା ବାଣିଜ୍ୟ ମେଳା’ର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଏହା କହିଛନ୍ତି।

publive-image ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଉଛି

ରାଜ୍ୟପାଳ ଶ୍ରୀ ଲାଲ କହିଲେ, ଆମ ହାତ ତିଆରି ପ୍ରତିଟି ସାମଗ୍ରୀରେ ପରଂବ୍ରହ୍ମଙ୍କ ଛବି ରହିବା ଉଚିତ। ନଚେତ ତାହା ମୂଲ୍ୟହୀନ ହୋଇଯାଏ। ଆମ ଆଦିବାସୀ ମହିଳାଙ୍କ ହାତତିଆରି ପ୍ରତିଟି ସାମଗ୍ରୀରେ ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କ ସତ୍ତା ଉପଲବ୍ଧି କରିହେବ। ବେଳେବେଳେ ପୁରୁଷମାନଙ୍କ ଭ୍ରାନ୍ତ ଧାରଣା ସୃଷ୍ଟି ହୁଏ ଯେ ସେମାନେ ସର୍ବେସର୍ବା। ସେମାନେ ପ୍ରତିଟି ସୃଷ୍ଟିର କାରଣ। କିନ୍ତୁ ବାସ୍ତବରେ ମହିଳାମାନେ ହିଁ ବିଶ୍ୱର ସୃଷ୍ଟିକର୍ତ୍ତା। ମହିଳା ସଶକ୍ତ ହେଲେ ସମାଜର ଅଗ୍ରଗତି ହେବ।

publive-image ମଞ୍ଚରେ ଆୟୋଜକଙ୍କ ଗହଣରେ ବଲିଉଡ୍‌ ନିର୍ଦ୍ଦେଶକ ଇମ୍‌ତିଆଜ୍‌ ଅଲ୍ଲୀ

କାର୍ଯ୍ୟକ୍ରମରେ ଏସ୍‌ବିଆଇ ଭୁବନେଶ୍ବର ସର୍କଲର ସିଜିଏମ୍‌ ବିଦ୍ୟାକ୍ରିଷ୍ଣନ ଯୋଗଦେଇ କହିଲେ, ମହିଳାମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ନାହିଁ। ସେମାନେ ଆଗରୁ ହିଁ ସଶକ୍ତ। ଏବେ ମହିଳାମାନଙ୍କୁ ନିଜ ପଥ ନିଜେ ନିର୍ଦ୍ଧାରଣ କରିବାର ଅଛି। ନିଜ ରାସ୍ତାରେ ଚାଲି ସଫଳତା ପାଇବାର ଆବଶ୍ୟକତା ରହିଛି। ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସର ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି ପାଣି, ଉପାଧ୍ୟକ୍ଷ ଏମ୍‌.କେ ଗୁପ୍ତା ଓ ଜେ.ପି ପାଲ୍‌ ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ଦକ୍ଷତା ଓ କ୍ଷମତା ସମ୍ପର୍କରେ ଆଲୋଚନା କରିଥିଲେ। ଆଇଡବ୍ଲ୍ୟୁଇସିର ଆବାହକ ସୁକୀର୍ତ୍ତି ପଟ୍ଟନାୟକ ଉପସ୍ଥିତ ରହି ଏହି ମହିଳା ବାଣିଜ୍ୟ ମେଳା ଦ୍ବାରା ରାଜ୍ୟରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ବିରାଟ ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଥିଲେ। ଏହି ମେଳା ଏକ ଇତିହାସ ରଚିଛି ବୋଲି କହିଥିଲେ। ଆଇଡବ୍ଲ୍ୟୁଇସିର ସହଆବାହକ ତନୟା ପଟ୍ଟନ‌ାୟକ ଧନ୍ୟବାଦ ଦେଇଥିଲେ।

publive-image ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ଅତିଥି ଓ ଦର୍ଶକ

ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ଜୀବନବ୍ୟା‌ପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୪୦ ବର୍ଷ ଧରି ମା’ ଓ ଶିଶୁର ସେବା, ଯତ୍ନରେ ବିତାଇଥିବା ଡାକ୍ତର ମହାପାତ୍ର ନିଜ ଅଭିଜ୍ଞତାରୁ କହିଥିଲେ, ମା’ଟିଏ କେତେ ପ୍ରସବ ଯନ୍ତ୍ରଣା ସହି ଶିଶୁଟିକୁ ଜନ୍ମ ଦେଇଥାଏ, ତାହା ମୋ ଜୀବନର ପ୍ରତି ମୁହୂର୍ତ୍ତରେ ମୁଁ ହୃଦୟଙ୍ଗମ କରିଛି। ପୁରୁଷଙ୍କ ଶକ୍ତି ସୀମିତ, କିନ୍ତୁ ମହିଳା ଅସୀମିତ ଶକ୍ତିର ଅଧିକାରିଣୀ। କିନ୍ତୁ ଆମ ସାମାଜିକ ବ୍ୟବସ୍ଥା ଭିତରେ ଆମେ ମହିଳାଙ୍କ ସେହି ସବୁ ଶକ୍ତିଙ୍କୁ ଦବେଇ ରଖିଛୁ। ଆଜି ଏହି ମେଳା ମହିଳାଙ୍କ ଦ୍ବାରା ଉତ୍ପାହିତ ସାମଗ୍ରୀର ପ୍ରଦର୍ଶନ ପାଇଁ ନୁହେଁ, ସେମାନଙ୍କ ଅନ୍ତର୍ନିହିତ ଶକ୍ତିର ପ୍ରଦର୍ଶନ ପାଇଁ ଆୟୋଜିତ ହୋଇଛି ବୋଲି ଡାକ୍ତର ମହାପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe