ଆରମ୍ଭ ହେଲା ଓଡ଼ିଶାର ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା

Advertisment
ଆରମ୍ଭ ହେଲା ଓଡ଼ିଶାର ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା

ଭୁବନେଶ୍ବର: ମହିଳା ବାଣିଜ୍ୟ ମେଳାର ଆଶାତୀତ ସଫଳତା ପରେ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗୀ ସଂଗଠନ (ଆଇଡବ୍ଲ୍ୟୁଇସି) ଓ ଲିଟିଲ ରିଡର୍ସ କ୍ଲବ୍‌ର ପ୍ରତିଷ୍ଠାତା କପିଳା ନାଗପାଳ ଯୁବ ଉଦ୍ୟୋଗୀମାନଙ୍କ ବିକାଶ ନିମନ୍ତେ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ହୋଟେଲ ଶୀତଲଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ, ହାପିନେସ୍ କୋଚ ଓ ଅନ୍ତର୍ଜାତୀୟ କଥାକାର ତଥା ଲିଟିଲ୍ ରିଡର୍ସ କ୍ଲବ୍‌ର ପ୍ରତିଷ୍ଠାତା କପିଳା ନାଗପାଲ, ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଦଶଦିନିଆ କର୍ମଶାଳା ‘ଓଡ଼ିଶାର ଭବିଷ୍ୟତ ଉଦ୍ୟୋଗୀ’ ଲୋକାର୍ପିତ କରିଛନ୍ତି। ଏଥିରେ ୧୨ବର୍ଷରୁ ଅଧିକ ବୟସର କିଶୋର ଓ ଯୁବ ଉଦ୍ୟୋଗୀମାନଙ୍କ ବିକାଶ ଦିଗରେ ସହଯୋଗ କରାଯିବ। କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ଷ୍ଟେଟ କାଉନ୍‌ସିଲ୍‌ର ସହ ଅଧ୍ୟକ୍ଷ ଏମ୍‌.କେ ଗୁପ୍ତା, କୋର୍ ସଦସ୍ୟ ସ୍ୱାତୀ କେଜରିୱାଲ, ଆଇଡବ୍ଲୁଇସି ସହ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକ, ଓଲିଉଡ଼୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଆଇସିସି କାର୍ଯ୍ୟକର୍ତ୍ତା ପ୍ରଦୀପ କୁମାର ନାୟକ ଉପସ୍ଥିତ ଥିଲେ।

କର୍ମଶାଳାରେ ବହୁ ଉଦ୍ୟୋଗ ସମ୍ବନ୍ଧିତ ଦକ୍ଷତା ସହ ମାର୍କେଟିଂ, ସେଲ୍ସ, ମାନବ ସମ୍ବଳ, ଉପସ୍ଥାପନା ତଥା ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ ଆଦି ଶିକ୍ଷା ଦିଆଯିବ। ପ୍ରତିଯୋଗୀମାନେ ଏକ ପାଞ୍ଚଦିନିଆ ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ପାଞ୍ଚଟି ଥିଓରି ଓ ପାୱାରପଏଣ୍ଟ ଆଦି ବିଷୟରେ ଶିକ୍ଷାପ୍ରାପ୍ତ କରିବା ସହ କର୍ମଶାଳା ଶେଷରେ ସାର୍ଟିଫିକେଟ ପାଇବେ। ଏହି କର୍ମଶାଳା ପ୍ଲଟ ନଂ-୧୩୭, ପଞ୍ଜାବୀ କଲୋନି, ସତ୍ୟନଗରଠାରେ ମେ’ ୨୪ ତାରିଖରୁ ଆରମ୍ଭ ହୋଇଛି। ଏହା ଲିଟଲ୍ ରିଡର୍ସ କ୍ଲବ୍ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇବାରେ ସହାୟକ ହେବ। ଏହି ପ୍ରତିଷ୍ଠାନ ଭାଷା ଓ ଦକ୍ଷତା, ଉପସ୍ଥାପନା ଦକ୍ଷତା ତଥା କଳାତ୍ମକ ଲେଖାଶୈଳୀ ଉପରେ ବିଶେଷ ଭାବେ ଧ୍ୟାନ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe