ସରିଲା ଗାନ୍ଧୀ ଶିଳ୍ପ ବଜାର: ୧୦ ଦିନରେ ୮୦ ଲକ୍ଷର ବେପାର, ଗ୍ରାହକଙ୍କ ପସନ୍ଦ ବାଉଁଶ ସାମଗ୍ରୀ ଷ୍ଟଲ୍‌

Advertisment
ସରିଲା ଗାନ୍ଧୀ ଶିଳ୍ପ ବଜାର: ୧୦ ଦିନରେ ୮୦ ଲକ୍ଷର ବେପାର, ଗ୍ରାହକଙ୍କ ପସନ୍ଦ ବାଉଁଶ ସାମଗ୍ରୀ ଷ୍ଟଲ୍‌

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ଆୟୋଜିତ ଗାନ୍ଧୀ ଶିଳ୍ପ ବଜାର ଆଜି ଉଦ୍‌ଯାପିତ ହୋଇଯାଇଛି। ୧୦ ଦିନ ଧରି ଚାଲିଥିବା ଏହି ବଜାରରେ ୮୦ ଲକ୍ଷରୁ ଅଧିକ ଟଙ୍କାର ବେପାର ହୋଇଛି ବୋଲି ନିଗମ ପକ୍ଷରୁ ସୂଚନା ମିଳିଛି। ୧୬ ରାଜ୍ୟରୁ ପ୍ରାୟ ୧୦୦ ଜଣ ହସ୍ତଶିଳ୍ପ କାରିଗର ଏଠାରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଷ୍ଟଲ୍‌ ଜରିଆରେ ବିକ୍ରି କରିବାକୁ ସୁଯୋଗ ପାଇଥିଲେ। ତେବେ ଚଳିତ ବର୍ଷ ଏହି ବଜାରରେ ବାଉଁଶ ସାମଗ୍ରୀ ଷ୍ଟଲ୍‌ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥିବା ଗ୍ରାହକ ମହଲରୁ ଜଣାପଡ଼ିଛି।

ଷ୍ଟଲ୍‌ଗୁଡ଼ିକରେ ବାଉଁଶ ତିଆରି ପେନ୍‌ ଷ୍ଟାଣ୍ଡ, ଗଣେଷ ମୂର୍ତ୍ତି, ଫୁଲ ଷ୍ଟାଣ୍ଡ, ଟ୍ରେ, ଲାଇଟ୍‌ ଲ୍ୟାମ୍ପ ଇତ୍ୟାଦି ଗ୍ରାହକଙ୍କୁ ଆକର୍ଷଣ କରୁଥିଲା। ଶେଷ ଦିନରେ କମ୍ ଦାମ୍‌ କରି କାରିଗରମାନେ ବହୁ ଜିନିଷ ବିକ୍ରି କରୁଥିବାରୁ ଆଜି ଗ୍ରାହକମାନଙ୍କର ଭିଡ଼ ହୋଇଥିଲା। ସବୁଠାରୁ ଅଧିକ ବିକ୍ରି ହେଉଥିଲା ଫୁଲତୋଡ଼ା ଷ୍ଟାଣ୍ଡ। ପ୍ଲାଷ୍ଟିକ୍ ଓ ଧାତବ ଦ୍ରବ୍ୟରେ ନିର୍ମିତ ଜିନିଷ ଠାରୁ ବାଉଁଶ ତିଆରି ଜିନିଷ ଅଧିକ ସୁନ୍ଦର ଓ ମଜବୁତ୍ ହୋଇଥିବାରୁ ଗ୍ରାହକମାନେ ସେସବୁକୁ ଅଧିକ ପସନ୍ଦ କରିଥିବା କହିଛନ୍ତି। ସେହିଭଳି କାଠ, କପଡ଼ା, ଲୁହା, କତା, ତାଳପତ୍ର ଆଦି ବସ୍ତୁରୁ ତିଆରି ଘରକରଣା ଓ ସୌଖୀନ ଜିନିଷ ବେପାର ମଧ୍ୟ ବେଶ୍ ଭଲ ହୋଇଥିବା କାରିଗରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe