ଭୁବନେଶ୍ୱର: ବାଟବଣା ହୋଇଛି ସରକାରଙ୍କ ଭିକାରିମୁକ୍ତ ଅଭିଯାନ। ପ୍ରହସନ ପାଲଟିଛି ‘ଏକାମ୍ର ନୀଳୟ’ ଓ ‘ସ୍ମାଇଲ’ ଭଳି ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା। ୫ ବର୍ଷ ପରେ ବି ଭିକାରିମୁକ୍ତ ହୋଇପାରିନି ରାଜଧାନୀ ଭୁବନେଶ୍ୱର। ଏବେ ବି ରାସ୍ତାଘାଟ, ବଜାର, ମନ୍ଦିରରେ ଉଭୟ ମହିଳା ଓ ପୁରୁଷ ଭିକ୍ଷାବୃତ୍ତି କରୁଛନ୍ତି। ଲୋକଙ୍କୁ ହାତପତାଇ ଭିକ ମାଗୁଛନ୍ତି। ସବୁଠୁ କଷ୍ଟଦାୟକ ଓ ଦୁର୍ଭାଗ୍ୟଜନକ କଥା ହେଉଛି, ଏମାନେ ନିଜେ ତ ଭିକ ମାଗୁଛନ୍ତି, କୁନିକୁନି ପିଲାଙ୍କୁ ବି ଏଭଳି ଭିକ୍ଷାବୃତ୍ତିରେ ଲଗାଉଛନ୍ତି। ଯେଉଁମାନଙ୍କ ବୟସ ମାତ୍ର ୪ରୁ ୭ ବର୍ଷ।

Advertisment

RCB wins the trophy: ଦିଲ୍ଲୀ ଦୁଃସ୍ବପ୍ନ ଜାରି: ଆର୍‌ସିବିକୁ ଦ୍ବିତୀୟ ଥର ଟ୍ରଫି ଦେଲେ ମନ୍ଧାନା

ରାଜଧାନୀର ପ୍ରତ୍ୟେକ ଟ୍ରାଫିକ୍‌ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କଲମ, କଣ୍ଢେଇ ବିକିବା ଆଳରେ ଏହି କୋମଳମତି ଶିଶୁମାନେ ଚାଳକଙ୍କୁ ଟଙ୍କା ମାଗୁଛନ୍ତି। ଖରତରାରେ ଏମାନଙ୍କୁ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରାଯାଉଛି। ଏଭଳି ଅଧିକ କରୁଛନ୍ତି ଅଣଓଡ଼ିଆ ଭିକାରି। ସେପଟେ ଏହି ଶିଶୁଙ୍କ ମା’ମାନେ ବି କୋଳରେ କିଛି ମାସ ଅବା ବର୍ଷକର ଛୁଆଙ୍କୁ ବି ଧରି ଭିକ୍ଷାବୃତ୍ତି କରୁଛନ୍ତି। ଏଭଳି କୋମଳମତି ଶିଶୁଙ୍କୁ ସୁରକ୍ଷା ଦେବା ସହ ଉଦ୍ଧାର କରିବା ପାଇଁ ଶିଶୁ ସୁରକ୍ଷା ୟୁନିଟ୍‌ ଓ ଚାଇଲଡ୍‌ ହେଲ୍ପଲାଇନ ସରକାରୀ ଓ ସରକାରୀ ସହବନ୍ଧିତ ଅନୁଷ୍ଠାନ ରହିଛନ୍ତି। କିନୁ ଏମାନେ ସବୁ ଦେଖି ବି ଆଖି ବୁଜି ଦେଇଛନ୍ତି। ଭିକ୍ଷାବୃତ୍ତି ରୋକିବାକୁ ବିଏମସିର ସ୍ୱତନ୍ତ୍ର ଶାଖା ବି କାମ କରୁଛି। ସ୍ବେଛାସେବୀ ଅନୁଷ୍ଠାନଙ୍କୁ ବି ଏଥିପାଇଁ ମାସିକ ମୋଟା ଅଙ୍କର ଟଙ୍କା ଗଣୁଛି ବିଏମସି। ତଥାପି ରାଜଧାନୀର ଚିତ୍ର ବଦଳୁନାହିଁ।

ଭିକ୍ଷାବୃତ୍ତିରେ କୋମଳମତି ଶିଶୁ
କଲମ ବିକିବା ଆଳରେ ଟଙ୍କା ମାଗୁଛନ୍ତି
ଶିଶୁ ସୁରକ୍ଷା ୟୁନିଟ୍‌ ଓ ଚାଇଲଡ୍‌ ହେଲ୍‌ପଲାଇନ ଜାଣି ଅଜଣା
ଯୋଜନାରେ ସୀମିତ ବିଏମ୍‌ସିର ଅଣଓଡ଼ିଆ ଭିକାରିଙ୍କୁ ତଡିବା

ଭିକାରିମୁକ୍ତ ରାଜ୍ୟ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ସହାୟ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ପ୍ରଥମ କରି ୨୦୨୧ ମସିହାରେ ରାଜଧାନୀ ଭୁବନେଶ୍ବରରେ ‘ଏକାମ୍ର ନିଳୟ’ ଓ ଶ୍ରୀକ୍ଷେତ୍ର ପୁରୀରେ ‘ନୀଳାଦ୍ରି ନିଳୟ’ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ବିଭିନ୍ନ ଏଜେନ୍ସି, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ଯୋଜନାରେ ଏଜେନ୍ସି, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଆର୍ଥିକ ସହାୟତା ବି ଯୋଗାଇ ଦିଆଯାଉଛି। ତଥାପି ରାଜଧାନୀ ଭୁବନେଶ୍ବର ଭିକାରିମୁକ୍ତ ହୋଇପାରିନି। ‘ଏକାମ୍ର ନିଳୟ’ ଯୋଜନାରେ ରାଜଧାନୀ ଭୁବନେଶ୍ବରରୁ ଉଦ୍ଧାର ହେଉଥିବା ଭିକାରି ଓ ଅନ୍ୟ ଅସହାୟଙ୍କ ପାଇଁ ରଙ୍ଗବଜାର, ଅନ୍ଧାରୁଆ, କାନନବିହାର ଆଦି ସ୍ଥାନରେ ୬ଟି ଭିକାରି ଥଇଥାନ କେନ୍ଦ୍ର ଖୋଲାଯାଇଛି। ଯେଉଁଠି ବୟସ୍କ ଭିକାରି, ମହିଳା ଓ ଶିଶୁ, ଭିନ୍ନକ୍ଷମ , ମାନସିକ ଦୁର୍ବଳ ବ୍ୟକ୍ତିଙ୍କୁ ଅଲଗା ଅଲଗା ଥଇଥାନ କେନ୍ଦ୍ରରେ ରଖାଯାଉଛି। ପ୍ରତି କେନ୍ଦ୍ରରେ ୧୦୦ଜଣଙ୍କୁ ଥଇଥାନର ବ୍ୟବସ୍ଥା କରାଯାଇଛି।

Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍‌କ ଦୁଖ ଦୂର ହେଉନି

ବିଏମ୍‌ସି ପକ୍ଷରୁ ‘ଏକାମ୍ର ନିଳୟ’ ଯୋଜନାରେ ଭିକାରିଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କୁ ନିୟୋଜିତ କରାଯାଇଛି। ଥଇଥାନ କେନ୍ଦ୍ରରେ ଭିକାରିଙ୍କ ରହିବା, ଖାଇବା ଆଦି ପାଇଁ ମୁଣ୍ଡପିଛା ପ୍ରାୟ ୪ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଥଇଥାନ କେନ୍ଦ୍ରକୁ ଆସୁଥିବା ଭିକାରିମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସିଲେଇ ଓ ଅନ୍ୟାନ୍ୟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି। ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଂସ୍ଥା ନିୟୋଜିତ ହୋଇଛନ୍ତି। ଏ ବାବଦରେ ବି ବିଏମ୍‌ସି ମୋଟା ଟଙ୍କା ଗଣୁଛି। କିନ୍ତୁ ସବୁ ପ୍ରହସନ ପାଲଟିଛି। ସେପଟେ ମେୟର ସୁଲୋଚନା ଦାସ କହିଥିଲେ, ଏଭଳି ବିଶୃଙ୍ଖଳା କରୁଥିବା ଅଣଓଡ଼ିଆ ଭିକାରିଙ୍କୁ ତଡିପାର କରାଯିବ। ସମସ୍ତ ଙ୍କୁ ଧରି ଟ୍ରେନ୍‌ରେ ବସାଇ ଦିଆଯିବ। ଭୁବନେଶ୍ୱର ପୁଲିସ କମିସନରଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଛି। କିନ୍ତୁ ଅଦ୍ୟାବଧି ଏ ଦିଗରେ କୌଣସି ଅଗ୍ରଗତି ଦେଖିବାକୁ ମିଳିନି।