ଗ୍ରାହକଙ୍କୁ ପିଟିଲେ ସୁନା ଦୋକାନୀ

କିଣିଥିବା ଗହଣା ଖରାପ ଥିବା କହିବାରୁ ଗ୍ରାହକଙ୍କୁ ଠେଙ୍ଗାରେ ପିଟିଲେ ସୁନା ଦୋକାନୀ ଓ ତାଙ୍କ ସ୍ତ୍ରୀ

ଭୁବନେଶ୍ବର: ୪ ବର୍ଷ ପୂର୍ବେ କିଣିଥିବା ସୁନାଗହଣା ଖରାପ ପଡ଼ିବା ଅଭିଯୋଗ କରିବାରୁ ସୁନା ଦୋକାନୀ ଗ୍ରାହକଙ୍କୁ ଆକ୍ରମଣ କରିଛନ୍ତି। ମିଛ ଅଭିଯୋଗ କରିବା ଅଭିଯୋଗ କରି ମହିଳା ବ୍ୟବସାୟୀ ଜଣକ ରାସ୍ତା ଉପରେ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଗୁରୁତର ଅବସ୍ଥାରେ ଗ୍ରାହକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ମହିଳା ସୁନା ଦୋକାନୀଙ୍କୁ ଉଠାଇ ନେଇଛି। ଘଟଣାଟି ଘଟିଛି ଖଣ୍ଡଗିରିବାରି ଅଞ୍ଚଳରେ। ଆହତ ଗ୍ରାହକ ହେଉଛନ୍ତି ଖଣ୍ଡଗିରିବାରିରେ ଭଡ଼ାରେ ରହୁଥିବା ବିବେକାନନ୍ଦ ମହାନ୍ତି।

ସୂଚନା ମୁତାବକ ବିବେକାନନ୍ଦ ମହାନ୍ତି ଟେଲରିଂ ଦୋକାନଟିଏ କରିଛନ୍ତି। ତାଙ୍କ ଦୋକାନ ପାଖରେ ଏକ ମହିଳା‌ ଜଣକ ଏକ ସୁନା ଦୋକାନ କରିଛନ୍ତି। ୪ ବର୍ଷ ତଳେ ବିବେକାନନ୍ଦ ତାଙ୍କ ପତ୍ନୀଙ୍କ ପାଇଁ ହାରଟିଏ କିଣିଥିଲେ। ସେତେବେଳେ ମହିଳା ଦୋକାନୀ ତାହା ୨୨ କ୍ୟାରେଟ୍‌ କହି ବିକ୍ରି କରିଥିଲେ। ଘର ପାଖ ଦୋକାନୀ ହୋଇଥିବାରୁ ସେ ବିଶ୍ବାସ‌ରେ କିଣିଥିଲେ। ଏବେ ବିବେକାନନ୍ଦଙ୍କର ଟଙ୍କା ଦରକାର ହେବାରୁ ସେ ସେହି ହାରକୁ ବନ୍ଧକ ରଖିବା ପାଇଁ ବ୍ୟାଙ୍କ୍‌କୁ ଯାଇଥିଲେ। ହେଲେ ପରୀକ୍ଷା ବେଳେ ଏହା ୨୨ କ୍ୟାରେଟ୍‌ ନଥିବା ଜଣା ପଡ଼ିଥିଲା। ତେଣୁ ସେ ଫେରି ଆସି ମହିଳା ଦୋକାନୀଙ୍କୁ ଅଭିଯୋଗ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳା ଜଣକ ବିବେକାନନ୍ଦଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe