ଉଦ୍‌ଘାଟିତ ହେଲା ‘ଗୋର୍‌ମେଟ୍‌’ ରେସ୍ତୋରାଁ

Advertisment
ଉଦ୍‌ଘାଟିତ ହେଲା ‘ଗୋର୍‌ମେଟ୍‌’ ରେସ୍ତୋରାଁ

ଭୁବନେଶ୍ବର: ଓଡ଼ିଶାଠାରୁ ଆରମ୍ଭ କରି ଦେଶର ବହୁ ରାଜ୍ୟର ପାରମ୍ପରିକ ଖାଦ୍ୟ, ଫାଷ୍ଟଫୁଡ୍‌ଠାରୁ ଆରମ୍ଭ କରି ସି’ ଫୁଡ୍‌, ଘରୋଇ ରନ୍ଧାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଅତ୍ୟାଧୁନିକ ଖାଦ୍ୟ ପର୍ଯ୍ୟନ୍ତ; ସମସ୍ତ ଖାଦ୍ୟର ସ୍ବାଦ ଗୋଟିଏ ଥାଳିରେ ଗୋଟିଏ ଛାତ ତଳେ ପାଇ ହେବ। ତାହା ପୁଣି ପ୍ରାତଃଭୋଜନଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ। ସମସ୍ତ ପ୍ରକାର ଖାଦ୍ୟର ସ୍ବାଦ ଚଖାଇବାକୁ ସ୍ବସ୍ତି ପ୍ରିମିୟମ୍‌ରେ ଆଜି ଉନ୍ମୋଚିତ ହୋଇଯାଇଛି ରେସ୍ତୋରାଁ ‘ଗୋର୍‌ମେଟ୍‌’। ଏହି ରେସ୍ତୋରାଁର ଗଠନଶୈଳୀ ବି ଖୁବ୍‌ ନିଆରା। କାଚ, କାଠ ଓ ପଥରରେ ନିର୍ମିତ ଏହି ରେସ୍ତୋରାଁର ଆର୍କିଟେକ୍‌ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହେବ ବୋଲି ସ୍ବସ୍ତି ଗ୍ରୁପ୍‌ର ଉପସଭାପତି ତଥା ସିଏଫ୍‌ଓ ପ୍ରିୟନାଥ ‌ବେହେରା କହିଛନ୍ତି।

ଏଥିସହ ରାଜଧାନୀବାସୀଙ୍କୁ ଏକ ଭିନ୍ନଧରଣର ଖାଦ୍ୟର ସ୍ବାଦ ଚଖାଇବା ଉଦ୍ଦେଶ୍ୟରେ ଗତ ବୁଧବାରଠାରୁ ଏଠା‌ରେ ଆରମ୍ଭ ହୋଇଯାଇଛି ‘ରାଜସ୍ଥାନୀ ଖାଦ୍ୟମେଳା’। ପ୍ରତିଦିନ ରାତ୍ରିଭୋଜନରେ ଖାଦ୍ୟପ୍ରେମୀମାନେ ଏହି ଖାଦ୍ୟମେଳାରେ ରାଜସ୍ଥାନର ଲୋକପ୍ରିୟ ଖ‌ାଦ୍ୟର ସ୍ବାଦ ନେଇପାରିବେ। ଲାଲ୍‌ ମାସ୍‌, ‌ସଫେଦ୍‌ ମାସ୍‌, ମୁର୍ଗ ସାଗ୍‌ୱାଲା, ରାଜସ୍ଥାନୀ ପକୋଡ଼ା କରି, କଚ୍‌ରି ଗୱାର୍‌ ଫଲି କି ସବ୍‌ଜି, ଡାଲ୍‌ ବାଟି ଚୁର୍‌ମା, ଫୁଲ୍‌କା, ବାଜ୍‌ରେ କା ରୋଟି ଓ ହରା ମଟର୍‌ କା ପରାଠା ଆଦି ବହୁ ବ୍ୟଞ୍ଜନ ସହ ଅନେକ ପାର୍ବଣ ଖାଦ୍ୟ ମଧ୍ୟ ଏଠାରେ ପକେଟକୁ ସୁହାଇଲା ଭଳି ଦାମ୍‌ରେ ଉପଲବ୍ଧ। ସ୍ବସ୍ତି ପ୍ରିମିୟମ୍‌ର କାର୍ଯ୍ୟନିର୍ବାହୀ ସେଫ୍‌ ପ୍ରଶାନ୍ତ ସି’ଙ୍କ ସହ ତାଙ୍କର ସହଯୋଗୀମାନେ ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଏହି ସ୍ବାଦିଷ୍ଟ ଖାଦ୍ୟ ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି। ଏହି ଖାଦ୍ୟ ମେଳା ଆସନ୍ତା ୩୦ ତାରିଖ ଯାଏ ଚାଲିବ ବୋଲି ହୋଟେଲର ମହାପ୍ରବନ୍ଧକ ଦେବେନ୍ଦ୍ର ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe