ସରକାର ବଦଳିଲା: ବଦଳିଲାନି ଭିଆଇପି ଦର୍ଶନ ବ୍ୟବସ୍ଥା

Advertisment

ଓଡ଼ିଶାରେ ଲୋକଙ୍କ ସରକାର ଆସିଛି। ଏଠି ବାବୁ ରାଜ୍‌ କିମ୍ବା ଭିଆଇପି ରାଜ୍‌ ଚାଲିବ ନାହିଁ। ନୂଆ ସରକାର ଆସିବା ପରେ କିଛି ଏଭଳି ପ୍ରଚାର ହେଉଥିଲା। କିନ୍ତୁ ଆଜି ଭିଆଇପି ରାଜ୍‌ କ’ଣ ତାହା ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି।

ଓଡ଼ିଶାରେ ଲୋକଙ୍କ ସରକାର ଆସିଛି। ଏଠି ବାବୁ ରାଜ୍‌ କିମ୍ବା ଭିଆଇପି ରାଜ୍‌ ଚାଲିବ ନାହିଁ। ନୂଆ ସରକାର ଆସିବା ପରେ କିଛି ଏଭଳି ପ୍ରଚାର ହେଉଥିଲା। କିନ୍ତୁ ଆଜି ଭିଆଇପି ରାଜ୍‌ କ’ଣ ତାହା ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି।

hjhjhjmn

ଭୁବନେଶ୍ବର: ଓଡ଼ିଶାରେ ଲୋକଙ୍କ ସରକାର ଆସିଛି। ଏଠି ବାବୁ ରାଜ୍‌ କିମ୍ବା ଭିଆଇପି ରାଜ୍‌ ଚାଲିବ ନାହିଁ। ନୂଆ ସରକାର ଆସିବା ପରେ କିଛି ଏଭଳି ପ୍ରଚାର ହେଉଥିଲା। କିନ୍ତୁ ଆଜି ଭିଆଇପି ରାଜ୍‌ କ’ଣ ତାହା ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି। ମହାଶିବରାତ୍ରି ଅବସରରେ ଭିଆଇପି ଦର୍ଶନ, ବିଶୃଙ୍ଖଳିତ ଓ ଅବ୍ୟବସ୍ଥିତ ଦର୍ଶନ ପରିଚାଳନା ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁ ମାନସିକ ଆଘାତ ପାଇଛନ୍ତି। ଉପବାସ କରିଥିବା  ମହିଳା, ବୟସ୍କ ବ୍ୟକ୍ତି ଓ ଛୋଟପିଲା ଯନ୍ତ୍ରଣା ସହିଛନ୍ତି। ମନ୍ଦିରର ଦକ୍ଷିଣ ଓ ସିଂହଦ୍ବାରରେ ଏକାଧିକ ଥର ପେଲାଠେଲା ଓ ଦଳାଚକଟାରେ ୭ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗତକାଲି ରାତି ଅଧରୁ ମନ୍ଦିର ସମ୍ମୁଖରେ ପ୍ରବଳ ଭିଡ଼ ଲାଗିଥିଲା। ରାତି ୨ଟା ବେଳକୁ ମନ୍ଦିର ସିଂହଦ୍ବାରରୁ ଗଙ୍ଗାଯମୁନା ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ରେ ଶ୍ରଦ୍ଧାଳୁ ଧାଡ଼ିରେ ରହିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ରାତିରୁ ଧାଡ଼ି ବାନ୍ଧିଥିବା ଶ୍ରଦ୍ଧାଳୁ ଦିନ ୨ଟା ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିନଥିଲେ। ସଂଧ୍ୟା ସାଢ଼େ ୬ଟା ବେଳକୁ ସିଂହଦ୍ବାର ବାହାରେ ଥିବା ଶ୍ରଦ୍ଧାଳୁଙ୍କୁ ଆଉ ମନ୍ଦିର ଭିତରକୁ ପ୍ରବେଶ କରାଯାଇନଥିଲା। ଏହି ସମୟରେ ଯେଉଁ ଶ୍ରଦ୍ଧାଳୁ ଭିତରକୁ ଦର୍ଶନ ପାଇଁ ଗଲେ, ସେମାନେ ସକାଳ ୯ଟାରୁ ଧାଡ଼ିରେ ଛିଡ଼ା ହୋଇଥିଲେ। ସାଧାରଣ ଭକ୍ତ ପ୍ରାୟ ୫ ଘଣ୍ଟା ଧାଡ଼ିରେ ଛିଡ଼ା ହେବା ପରେ ମନ୍ଦିର ଭିତରକୁ ଯାଉଥିଲେ। ଦିଅଁଙ୍କ ଦର୍ଶନ କରିବାକୁ ଆଉ ୨ରୁ ୩ ଘଣ୍ଟା ଲାଗି ଯାଉଥିଲା। ଏହାର କାରଣ ଥିଲା ଭିଆଇପିଙ୍କ ଦର୍ଶନ।

ସୀମା ଟପିଲା ଅବ୍ୟବସ୍ଥା ଓ ବିଶୃଙ୍ଖଳା

ଭିଆଇପି ଦର୍ଶନ ପାଇଁ ଉତ୍ତେଜନା ଠେଲାପେଲା
ଦଳାଚକଟାରେ ୭ରୁ ଅଧିକ ଆହତ
୫୦୦ରୁ ୧ହଜାର ଟଙ୍କାରେ ବିକ୍ରି ହେଲା ପାସ୍‌

ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଭିଆଇପି ପାସ୍‌ ବଣ୍ଟା ଯାଇଥିଲା। ଏହି ପାସ୍‌ ପାଇଥିବା ଲୋକେ ଦକ୍ଷିଣ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ଯେଉଁଠି ନୀତି ନିୟମ ମାନି ବ୍ୟାରିକେଡ୍‌ରେ ସାଧାରଣ ଭକ୍ତ ୮ ଘଣ୍ଟା ଅପେକ୍ଷା କରୁଥିଲେ ସେଠି ଭିଆଇପି ପାସ୍‌ଧାରୀଙ୍କୁ ୧୦ରୁ ୧୫ ମିନିଟ୍‌ ଭିତରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। ଭିଆଇପି ପାସ୍‌ର ବାହାନାରେ ଦାୟିତ୍ବରେ ଥିବା କିଛି ପୁଲିସ ବାବୁ ଓ ସେବାୟତ ନିଜ ସମ୍ପର୍କୀୟ ଓ ପରିଚିତଙ୍କୁ ଉତ୍ତର ଓ ଦକ୍ଷିଣ ଦ୍ବାରରେ ଭିତରକୁ ଛାଡ଼ିଥିଲେ। ଏଥର ଉତ୍ତର ଦ୍ବାରକୁ ସେବାୟତ ଓ ସେବାୟତଙ୍କ ପରିବାରଙ୍କ ପାଇଁ ପ୍ରବେଶ ପଥ କରାଯାଇଥିଲା। ହେଲେ ଅନେକ ସେବାୟତ ପରିବାର ନାଁରେ ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ଭିତରକୁ ଛାଡ଼ିଥିଲେ। ଯାହା ଦ୍ବାରା ଶୃଙ୍ଖଳିତ ଦର୍ଶନ ହୋଇ ପାରିନଥିଲା। 

ଭିଆଇପି ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦକ୍ଷିଣ ଦ୍ବାରରେ ପ୍ରବଳ ଠେଲାପେଲା ଯୋଗୁ ଲୋକେ ଆହତ ହୋଇଥିଲେ। ଘଟଣାସ୍ଥଳରେ  ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସିପି, ଡିସିପି ଉପସ୍ଥିତ ରହି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ଦିନ ୨ଟା ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅପରାହ୍ଣରେ ଦକ୍ଷିଣ ଦ୍ବାର ପ୍ରବେଶକୁ ପୁଲିସ ପକ୍ଷରୁ କଡ଼ାକଡ଼ି କରାଯାଇଥିଲେ ହେଁ ଉତ୍ତର ଦ୍ବାର ଦେଇ ସେବାୟତମାନେ ଲୋକଙ୍କୁ ଦର୍ଶନ ପାଇଁ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe