ଓଡ଼ିଶା ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ଥିଲେ ସ୍ବର୍ଗତ ଲିଟିଲ୍‌ କର

Advertisment

ଓଡ଼ିଶା ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ଥିଲେ ସ୍ବର୍ଗତ ଲିଟିଲ କର। ସଭାସମିତି ତଥା ଉତ୍ସବରେ ତାଙ୍କ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ ମନରେ ଦର୍ଶକଙ୍କୁ ଉତ୍ସାହିତ ଓ ଜାତି ପ୍ରେମରେ ଉଦ୍‌ବୁଦ୍ଧ କରାଇ ଦେଉଥିଲା।

ଓଡ଼ିଶା ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ଥିଲେ ସ୍ବର୍ଗତ ଲିଟିଲ କର। ସଭାସମିତି ତଥା ଉତ୍ସବରେ ତାଙ୍କ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ ମନରେ ଦର୍ଶକଙ୍କୁ ଉତ୍ସାହିତ ଓ ଜାତି ପ୍ରେମରେ ଉଦ୍‌ବୁଦ୍ଧ କରାଇ ଦେଉଥିଲା।

dgdgdvc

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଜଗତର ଅମ୍ଳାନ ପ୍ରତିଭା ଥିଲେ ସ୍ବର୍ଗତ ଲିଟିଲ କର। ସଭାସମିତି ତଥା ଉତ୍ସବରେ ତାଙ୍କ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ ମନରେ ଦର୍ଶକଙ୍କୁ ଉତ୍ସାହିତ ଓ ଜାତି ପ୍ରେମରେ ଉଦ୍‌ବୁଦ୍ଧ କରାଇ ଦେଉଥିଲା। ସେ କ୍ଷଣଜନ୍ମା ହେଲେ ମଧ୍ୟ ଯୋଗଜନ୍ମା ଥିଲେ। ‘ଲିଟିଲ କର ସ୍ମୃତି ନ୍ୟାସ’ ଓ ‘ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ର ମିଳିତ ଆନୁକୁଲ୍ୟରେ ଗୀତଗୋବିନ୍ଦ ସଦନରେ ଆୟୋଜିତ  ସ୍ବର୍ଗତ ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। 

ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଆଜିର ଯୁବପିଢ଼ି ଲିଟିଲ୍‌ କରଙ୍କଠାରୁ ପ୍ରତିକୂଳ ପରିସ୍ଥିତିରେ କିଭଳି ହାର ନମାନିବା ତାହା ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି କହିଥିଲେ। ଖୁବ କମ୍ ବୟସରେ ଏତେ ବଡ଼ ରୋଗରେ ଆକ୍ରାନ୍ତ ଥିବା କଥା ଜାଣି ମଧ୍ୟ ସେ ଯେଉଁଭଳି ନିଜ ପ୍ରତିଭାର ପରିପ୍ରକାଶ କରୁଥିଲେ ତାହା ଖୁବ୍‌ କମ୍‌ ଲୋକ କରିପାରନ୍ତି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ଜୁବୁଲି ସୁନ୍ଦରାୟ, ରବି ନନ୍ଦ ଯୋଗଦେଇଥିଲେ। ସଭାପତି ଶ୍ରୀ ଶତପଥୀ ପ୍ରତିବର୍ଷ ଲିଟିଲ ପ୍ରତିଭା ସମ୍ମାନ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏଥିସହିତ ତାଙ୍କ ସହ ଥିବା ସ୍ମୃତିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲିଟିଲ କର ଗାନ କରିଥିବା ସଂଗୀତ ପରିବେଷଣ କରାଯାଇଥିଲାl ଏହି ଅବସରରେ ‘ଲିଟିଲ ବିଗ୍ ରୋଲ ମଡେଲ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ମନୋଜ ବଠୁ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ସାମ୍ବାଦିକ କ୍ରାନ୍ତି ସାକ୍ସେନା ପ୍ରମୁଖ ପରିଚାଳନା କରିଥିଲେ। ତୃପ୍ତିମୟୀ ମକଦ୍ଦମ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe