ଆରମ୍ଭ ହେଲା ମନ୍ଦିରକୁ ସବୁଜ ସୁନ୍ଦର ଅଭିଯାନ

Advertisment
ଆରମ୍ଭ ହେଲା ମନ୍ଦିରକୁ ସବୁଜ ସୁନ୍ଦର ଅଭିଯାନ

ଭୁବନେଶ୍ୱର: ବୃକ୍ଷରୋପଣ ମାଧ୍ୟମରେ ଭୁବନେଶ୍ବରର ସମସ୍ତ ମନ୍ଦିର ପରିସରକୁ ସବୁଜ, ସୁନ୍ଦର କରାଗଲେ, ଭବିଷ୍ୟତରେ ସେ ଗଛଗୁଡ଼ିକ କଟାଯିବ ନାହିଁ। ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ବାୟୁ ପ୍ରଦୂଷଣ, ଉତ୍ତାପ ହ୍ରାସରେ ସହାୟକ ହେବ। ଏହି ଲକ୍ଷ୍ୟ ନେଇ ପ୍ରେରଣା ଗ୍ରିନ୍ ଆର୍ମି ଓ ସମାଜର ଦର୍ପଣ ହେଲ୍ପ ଗ୍ରୁପ୍‌ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି। ଆଜି ବାଣୀବିହାର ପରିସରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବୃକ୍ଷରୋପଣ କରି ପ୍ରେରଣା ଗ୍ରିନ୍‌ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ପରେ ବାଣୀବିହାର ପରିସରରେ ଥିବା ଶ୍ରୀଶ୍ରୀ କେଦାରେଶ୍ବର ମହାଦେବଙ୍କ ମନ୍ଦିର ଚତୁଃପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା।

ପ୍ରତି ରବିବାର ଦିନ ଏହି ଅଭିଯାନ ଭୁବନେଶ୍ବରର ବିଭିନ୍ନ ମନ୍ଦିରରେ କରାଯିବ ବୋଲି ଜଣାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସେବା ପ୍ରତିଷ୍ଠାନର ସଭାପତି ଚକ୍ରଧର ମହାପାତ୍ର, ସମାଜର ଦର୍ପଣ ହେଲ୍ପ ଗ୍ରୁପ୍‌ର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଆଲୋକ ସାହୁ ଓ ହିନ୍ଦୁସ୍ତାନ କରିଡର୍‌ ମୁଖ୍ୟ ସମ୍ପାଦକ ଜଗନ୍ନାଥ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe