‘ମୋ ବସ୍‌’ରୁ ଯାତ୍ରୀଙ୍କୁ ଠେଲି ଗାଇଡ୍‌ ନିଲମ୍ବିତ

Advertisment
‘ମୋ ବସ୍‌’ରୁ ଯାତ୍ରୀଙ୍କୁ ଠେଲି ଗାଇଡ୍‌ ନିଲମ୍ବିତ

image source-outlookindia

ଭୁବନେଶ୍ୱର: ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କୁ ଠେଲି ଦେଇଥିବା ଅଭିଯୋଗରେ ଆଜି କର୍ତ୍ତୃପକ୍ଷ ଗାଇଡ୍‌ଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବନ କରିଛନ୍ତି। ବସ୍‌ରୁ ଖସି ପଡ଼ିଥିବା ଯାତ୍ରୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ହଂସପାଳ ଛକରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନାନୁସାରେ, ଉକ୍ତ ଛକରେ ବସ୍‌ ଅଟକିଥିବା ବେଳେ ଯାତ୍ରୀଜଣକ ଭୁବନେଶ୍ବର ଯିବା ପାଇଁ ବସ୍‌ରେ ଉଠିଥିଲେ। ହଠାତ୍ କୌଣସି କାରଣରୁ ଗାଇଡ୍‌ଙ୍କ ସହ ତାଙ୍କର ବଚସା ହୋଇଥିଲା। ଫଳରେ ଯାତ୍ରୀଜଣକ ବସ୍‌ ଭିତରୁ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ଗାଇଡ୍‌ ଠେଲି ଦେବାରୁ ସେ ତଳେ ପଡ଼ିଗଲେ ବୋଲି ଅଭିଯୋଗ ହୋଇଥିଲା।

କିନ୍ତୁ କ୍ରୁଟ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଯାତ୍ରୀଜଣକ ବିନା ଟିକେଟ୍‌ରେ ଯାତ୍ରା କରିବାକୁ ଚାହିବାରୁ ଗାଇଡ୍‌ଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ବସ୍‌ରୁ ତଳକୁ ଟାଣିବା ବେଳେ ସେ ପଡ଼ି ଯାଇଥିଲେ ବୋଲି କ୍ରୁଟ୍‌ ପକ୍ଷରୁ ସଫେଇ ଦିଆଯାଇଛି। ତେବେ ଅଭିଯୋଗ ପରେ ସମ୍ପୃକ୍ତ ଗାଇଡ୍‌କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି। ଆସନ୍ତାକାଲି ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବ ଓ ତଦନୁସାରେ ଗାଇଡ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe