ନୃତ୍ୟନାଟିକାରୁ ଆରମ୍ଭ ହେଲା ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ

Advertisment

ଅନୁପ ଜଲୋଟାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ଅନୁପ ଜଲୋଟାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ନୃତ୍ୟନାଟିକାରୁ ଆରମ୍ଭ ହେଲା ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟନାଟିକା ‘ସଂକ୍ଷିପ୍ତ ରାମାୟଣ’ରୁ ଆରମ୍ଭ ହୋଇଥିଲା ‘ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ’। ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନୃତ୍ୟ ସଂରଚନାରେ ‘ତ୍ରିଧାରା’ର ନୃତ୍ୟଶିଳ୍ପୀମାନେ ଏହାକୁ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ପଦ୍ମଶ୍ରୀ ପଣ୍ଡିତ ଅନୁପ ଜଲୋଟାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଥିଲା
ସନ୍ଧ୍ୟାର ଦ୍ୱିତୀୟ ଉପସ୍ଥାପନା ଥିଲା ଅନୁପ ଜଲୋଟାଙ୍କ ଦ୍ୱାରା ଭଜନ ଓ ଗଜଲ ପରିବେଷଣ। ସେ ତାଙ୍କର କିଛି ଲୋକପ୍ରିୟ ଭଜନ ଯଥା ଐସି ଲାଗି ଲଗନ୍‌..., ମେଁ ନାହି ମାଖନ୍ ଖାୟୋ..., ରଙ୍ଗ ଦେ ଚୁନରିୟା..., ଜାଗ୍ ମେ ସୁନ୍ଦର ହେ ଦୋ ନାମ... ଇତ୍ୟାଦି ପରିବେଷଣ କରିଥିଲେ। ତାଙ୍କୁ ତବଲାରେ ପଣ୍ଡିତ ପ୍ରସନଜିତ୍‍ ପୋଦ୍ଦାର, ବଂଶୀରେ ପ୍ରଫେସର ଜବାହର ମିଶ୍ର, ସାରଙ୍ଗୀରେ ପଣ୍ଡିତ ରାମଲାଲ ମିଶ୍ର, କି-ବୋର୍ଡରେ କୌଶିକ ମୁଖାର୍ଜୀ ଓ ଗିଟାର୍‌ରେ ଅରିନ୍ଦମ୍‍ ଘୋଷ ସହଯୋଗ କରିଥିଲେ।

‘ତ୍ରିଧାରା’ ପକ୍ଷରୁ ଆୟୋଜିତ ଉତ୍ସବର ଉଦ୍‍ଘାଟନୀ ସଂଧ୍ୟାରେ ଭାରତ ସରକାରଙ୍କ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା, ପ୍ରମୁଖ ଆୟକର କମିସନର ଧୀରେନ୍ଦ୍ର କୁମାର ମିଶ୍ର, ଲୋକସେବକ ମଣ୍ଡଳର ସଚିବ ତଥା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ଟିମ୍‍ ଆଡ୍‌ମାର୍କର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ତ୍ରିଧାରା’ର କାର୍ଯ୍ୟରତ ସମ୍ପାଦକ ସୀମାଞ୍ଚଳ ପଣ୍ଡା ଓ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe