ନାବାଳିକାଙ୍କ ଝୁଲନ୍ତା ମୃତଦେହ ଜବତ

Advertisment

ସୁଇସାଇଡ୍‌ ନୋଟ୍‌ ଜବତ, ପୁରୁଷବନ୍ଧୁ ସହ ଘର ଛାଡ଼ିଥିଲେ

ସୁଇସାଇଡ୍‌ ନୋଟ୍‌ ଜବତ, ପୁରୁଷବନ୍ଧୁ ସହ ଘର ଛାଡ଼ିଥିଲେ

ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ଭୁବନେଶ୍ବର: ପୁରୁଷବନ୍ଧୁ ସହ ଘର ଛାଡ଼ିଥିବା ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଖଣ୍ଡଗିରି ଥାନା ପୁଲିସ ଆଜି ପାତ୍ରପଡ଼ା ଅଞ୍ଚଳରୁ ଜବତ କରିଛି। ଆସନ୍ତା ୧୫ ତାରିଖ ଦିନ ଉଭୟଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ନାବାଳିକାଙ୍କ ଏଭଳି ମୃତ୍ୟୁ ପଛରେ ରହସ୍ୟ ଥିବା କୁହାଯାଉଛି। ତେବେ ପୁଲିସ ମୃତଦେହ ନିକଟରୁ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ରେ ସେ ନିଜେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଥିବାରୁ ପୁଲିସ ଅଧିକ ତଦନ୍ତ ଚଳାଇଛି। ପୁଲିସ ସୂଚନା ମୁତାବକ ପୁରୀ ବ୍ରହ୍ମଗିରି ଅଞ୍ଚଳର ନାବାଳିକା ତାଙ୍କ ସହପାଠୀଙ୍କୁ ଭଲପାଇ ବସିଥିଲେ ଏବଂ ଗତ ଡିସେମ୍ବର ମାସରେ ଉଭୟ ଘରଛାଡ଼ି କୋଲକାତା ପଳାଇଥିଲେ।

ଦୁଇ ଦିନ ପରେ ନାବାଳିକାଙ୍କ ପରିବାର ଲୋକ ଉଭୟଙ୍କୁ ଠାବ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ନାବାଳିକାଙ୍କୁ ପରିବାର‌ ଲୋକ ନେଇନଥିଲେ। ଜାନୁଆରି ୧୫ରେ ବିବାହ ପାଇଁ ସ୍ଥିର ହୋଇଥିଲା। ତେଣୁ ନାବାଳିକାଙ୍କୁ ନେଇ ପ୍ରେମିକ ପାତ୍ରପଡ଼ାସ୍ଥିତ ଦାଦାଙ୍କ ଘରେ ରହିଥିଲା। ପ୍ରେମିକ ଟଙ୍କା ପାଇଁ ବାପାଙ୍କ ପାଖକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସବୁଦିନ ଭଳି ଆଜି ଦାଦା ଖୁଡ଼ି ଅଫିସ୍‌ ଚାଲିଯାଇଥିଲେ। ସନ୍ଧ୍ୟାରେ ସେମାନେ ଘରକୁ ଫେରିବା ବେଳକୁ କବାଟ ବନ୍ଦ ଥିଲା। ଝରକା ବାଟେ ସେମାନେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଜଣାଇଥିଲେ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe