ଚନ୍ଦ୍ରଶେଖରପୁର: ହାତିଆଶୁଣୀରୁ ଉତ୍କଳ ହସ୍ପିଟାଲ୍ ରାସ୍ତାର ଆଲୋକୀକରଣ ପ୍ରକଳ୍ପ ଆଜି ଲୋକର୍ପିତ ହୋଇଛି। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ୨୦୦ ଫୁଟିଆ ରାସ୍ତା ଆଲୋକୀକରଣ ହେବା ଦ୍ବାରା ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହେବା ସହ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି ବୋଲି ବିଧାୟକ ଶ୍ରୀ ରାଉତ କହିଥିଲେ। ଏହି ଅବସରରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଦ୍ୟୁତ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, କର୍ପୋରେଟର ମୋନାଲିସା ସାହୁ, ମିହିର କୁମାର ରାଉତ, ବିଏମ୍ସିର ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ପରିମଳ ମନୋରଞ୍ଜନ ସାହୁ, ବିଏମ୍ସି ବିଦ୍ୟୁତ୍ ବିଭାଗ ମୁଖ୍ୟ ଯନ୍ତ୍ରୀ ସୁକାନ୍ତ କୁମାର ସାବତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୋକୀକରଣ ପ୍ରକଳ୍ପରେ ସମୁଦାୟ ୨୧୦ଟି ବିଦ୍ୟୁତ୍ ଖୁଣ୍ଟରେ ଏଲ୍ଇଡି ଲାଇଟ୍ ଲାଗିଛି। ୮ଟି ହାଇମାଷ୍ଟ୍ ଲାଇଟ୍ ଲଗାଯାଇଛି। ଏବାବଦରେ ୧ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ବୋଲି ସୂଚନା ଦିଆଯାଇଛି।
ହାତିଆଶୁଣୀ-ଉତ୍କଳ ହସ୍ପିଟାଲ୍ ରାସ୍ତା ଆଲୋକୀକରଣ ହେଲା
Advertisment
Follow Us