ସ୍ୟାଟ୍ ଉଚ୍ଛେଦ ମାମଲାରେ ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ

ଉଚ୍ଛେଦ ହୋଇଛି ବେଆଇନ ଭାବେ ନିର୍ମାଣ କରାଯାଇଥିବା ୧୯୮୨ ଧର୍ମାନୁଷ୍ଠାନ

Odisha Bytes

ପୁରୁଣା ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍‌(ସ୍ୟାଟ୍‌) ଉଚ୍ଛେଦକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେଉଁ କ୍ଷମତା ବଳରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ହାଇକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହିତ ସ୍ୟାଟ୍‌ରେ ବିଚାରାଧୀନ ଥିବା ମାମଲାର ଶୁଣାଣି ପ୍ରସଂଗରେ ମଧ୍ୟ ହାଇକୋର୍ଟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ଦାୟର ହୋଇଥିବା ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏଭଳି ସ୍ପଷ୍ଟୀକରଣ ଲୋଡ଼ିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧କୁ ଧାର୍ଯ୍ୟ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡ. ଏସ୍‌ ମୁରଲୀଧର ଓ ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି ହୋଇଥିଲା। କେନ୍ଦ୍ର ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ ପ୍ରକାଶ କରିଥିବା ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସ୍ୟାଟ୍ ଉଚ୍ଛେଦ ପାଇଁ କେବଳ ଦେଶର ସଂସଦର କ୍ଷମତା ରହିଛି ବୋଲି ଆବେଦନକାରୀ ଓଏଟି ବାର୍ ଆସୋସିଏସନ୍ ପକ୍ଷରୁ ଦର୍ଶାଯାଇଥିଲା। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ପ‌ର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ ପେନ୍‌ସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ଗେଜେଟ ନୋଟିଫିକେସନକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ସ୍ୟାଟ୍‌ ବାର୍ ଆସୋସିଏସନ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସନ୍ତୋଷ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟର ଏହି ସ୍ପଷ୍ଟୀକରଣ ଯୋଗୁଁ ସ୍ୟାଟ୍‌ ବାର ଓକିଲଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି ବୋଲି ଭୁବନେଶ୍ବର ସ୍ୟାଟ୍‌ ବାର ଆସୋସିଏସନ୍‌ର ସଭାପତି ସଂଘମିତ୍ରା ରାଜଗୁରୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe