ଗୃହବନ୍ଦୀ କରିଛି ୨୦ଫୁଟିଆ ଗାତ

Advertisment
ଗୃହବନ୍ଦୀ କରିଛି  ୨୦ଫୁଟିଆ ଗାତ

ଚନ୍ଦ୍ରଶେଖରପୁର: ଘର ଦୁଆରେ ୨୦ ଫୁଟ୍‌ ଗଭୀରର ଗାତ। ୬ ମାସ ହେଲାଣି ଖୋଳା ହୋଇ ପଡ଼ିଛି। ନିର୍ମାଣାଧୀନ ଡ୍ରେନ୍‌ କାମ ସରୁନି। ଫଳରେ ଘରୁ ବାହାରିବା କାଠିକର ପାଠ ହେଉଛି। ଛୋଟ ପିଲା ଓ ବରିଷ୍ଠ ନାଗରିକମାନେ ବେଶି ହନ୍ତସନ୍ତ ହେଉଛନ୍ତି। ଲୋକେ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଡମଣା ଅଞ୍ଚଳରେ ଥିବା କିଛି ଆପାର୍ଟମେଣ୍ଟ ଓ କଲୋନିରେ ଏଭଳି ଦୁର୍ଦ୍ଦଶା। ନୀଳାଦ୍ରିବିହାର ଦିଗରୁ ଆସିଥିବା ବଡ଼ ଡ୍ରେନ୍ କାମ ଏବେ ଡମଣା ଗ୍ରାମ ଭିତର ଦେଇ ଚାଲିଛି। ଫଳରେ ‌ଡମଣା ଗ୍ରାମର ସ୍କୁଲ୍ ନିକଟରେ ଥିବା କିଛି ଆପାର୍ଟମେଣ୍ଟ ଓ ଡ୍ୟୁପ୍ଲେକ୍ସଗୁଡ଼ିକରେ ରହୁଥିବା ଲୋକମାନଙ୍କର ଯାତାୟାତ ରାସ୍ତା ବନ୍ଦ ହୋଇଯାଇଛି। ୬ ମାସରୁ ଅଧିକ ସମୟ ଧରି ଏହି ଡ୍ରେନ୍ କାର୍ଯ୍ୟ ଚାଲିଥିଲା ବେ‌ଳେ ଏହା ପୂର୍ବରୁ ସ୍ବେରେଜ୍ ପାଇଁ ମଧ୍ୟ ଖୋଳାଯାଇଥିବା ଗାତ ସେମିତି ରହିଛି।

୨୦ ଫୁଟ୍‌ ଗଭୀରର ଗାତ ଖୋଳା ଯାଇଛି ଓ ବହୁ ଗର୍ତ୍ତରେ କଂକ୍ରିଟ୍‌ ସ୍ଲାବ୍‌ ପଡ଼ି ନାହିଁ। କାମ ମନ୍ଥ‌ର ଗତିରେ ହେଉଥିବାରୁ ସ୍ଥାନୀୟ ଲୋକମାନେ ଏବେ ଗାତ ଉପରେ କାଠ ପଟା ପକାଇ ବିପଜ୍ଜନକ ଭାବେ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ ଏହି ଗାତ ପାଖରେ କୌଣସି ପ୍ରକାର ଲୁହା ବାଡ଼ କିମ୍ବା ବାଉଁଶ ପୋତା ଯାଇନଥିବାରୁ ଗାଈଗୋରୁମାନେ ଏହି ଗାତରେ ଗଳି ପଡ଼ୁଛନ୍ତି। ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଦାବି କରି ନେଇ ସ୍ଥାନୀୟ ଲୋକମାନେ କର୍ପୋରେଟର୍ ଓ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe