ଭୁବନେଶ୍ବର: ବଡ଼ଗଡ଼ ଥାନାରେ ହୋଇଥିବା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିସନ(ଓଏଚ୍ଆରସି)। ଏନେଇ ପୁଲିସ କମିସନରଙ୍କୁ ଓଏଚ୍ଆରସି ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। ଏହି ଶୁଣାଣି ପୂର୍ବରୁ କେଉଁ ପରିସ୍ଥିତିରେ ହାଜତ ମୃତ୍ୟୁ ହେଲା, ସେନେଇ ରିପୋର୍ଟ ଉପସ୍ଥାପନ କରିବାକୁ ସିପିଙ୍କୁ କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କୁ ଏକ ମାମଲାରେ ବଡ଼ଗଡ଼ ଥାନା ପୁଲିସ ୧୮ ତାରିଖରେ ଉଠାଇ ନେଇଥିଲା।
କିନ୍ତୁ ହାଜତରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ନିର୍ଯାତନା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଏଥିସହିତ ତାଙ୍କର ପରିଚୟକୁ ନେଇ ମଧ୍ୟ ଦ୍ବନ୍ଦ୍ବ ରହିଥିଲା। ଏଣୁ ଏସବୁ ଉପରେ ଉତ୍ତର ରଖିବାକୁ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ହୋଇଛି।
Follow Us