ପତ୍ନୀଙ୍କୁ ଖଣ୍ଡାରେ ହାଣି ସ୍ବାମୀ ଫେରାର୍‌

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ଭୁବେନଶ୍ବର: ପତ୍ନୀଙ୍କୁ ଖଣ୍ଡାରେ ହାଣି ଫେରାର ହୋଇଯାଇଛି ସ୍ବାମୀ। ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ବାଲିତୋଟାସାହିରେ। ଏନେଇ ପତ୍ନୀ ସସ୍ମିତା ପରିଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ଗତ ୧୭ ତାରିଖ ରାତିରେ ସସ୍ମିତା ଓ ତାଙ୍କ ସ୍ବାମୀ ଦିଲ୍ଲୀପ ତ୍ରିପାଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦିଲ୍ଲୀପ ରାଗି ଯାଇ ଘରେ ଥିବା ଏକ ଖଣ୍ଡା ଆଣି ପତ୍ନୀ ସସ୍ମିତାଙ୍କୁ ଆକ୍ରମଣ କରିଥିଲା। ଜୀବନ ବିକଳରେ ସସ୍ମିତା ଦୌଡ଼ିବାରୁ ସେ ବି ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହାଣିଥିଲା। ରକ୍ତଜୁଡୁବୁଡୁ ସସ୍ମିତା ତଳେ ପଡ଼ିଯିବା ପରେ ଦିଲ୍ଲୀପ ଫେରାର୍‌ ହୋଇଯାଇଥିଲା। ପଡ଼ୋଶୀ ସସ୍ମିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe