ଆଇସିଏଆଇ ସମ୍ମିଳନୀ ଉଦ୍‌ଯାପିତ

ଆଇସିଏଆଇ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ବର: ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ କଷ୍ଟ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ) କମିଟି ଅନ୍ ମ୍ୟାନେଜମେଣ୍ଟ୍ ଫର ପବ୍ଲିକ ଆଣ୍ଡ୍ ଗଭର୍ଣ୍ଣମେଣ୍ଟ୍ ସର୍ଭିସେସ୍ ଓ ଭୁବନେଶ୍ୱର ଚାପ୍ଟରର ମିଳିତ ଆନୁକୂଲ୍ୟରେ ଆଇଏମ୍‌ଏମ୍‌ଟି ଅଡିଟୋରିୟମ୍ ଠାରେ ଚାଲିଥିବା ତିନିଦିନିଆ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ଆଜି ‘କଷ୍ଟ ଏକ୍ସେଲେନ୍‌ସ-ଏ ସଷ୍ଟେନେବଲ ବିଜିନେସ୍ ଷ୍ଟ୍ରାଟେଜି’ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ବି‌‌ଶ୍ବେଶ୍ବର ଟୁଡୁ ଉଦ୍‌ଘାଟନ କରିଥିଲେ।

ସମ୍ମିଳନୀର ତୃତୀୟ ଦିବସ ପ୍ରାରମ୍ଭରେ ‘ଲେଟସ୍‌ ପଜ୍ ଆଣ୍ଡ୍ ପ୍ରୋସିଡ୍’ ବିଷୟବସ୍ତୁ ଉପରେ ଏକ ପ୍ରେରଣାଦାୟୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଲକାତା ଇସ୍କନ୍‌ର ପ୍ରେରଣାଦାୟୀ ବକ୍ତା ପ୍ରଭୁଜୀ ରମେଶ ଜୁନେଜ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷ ପର୍ଯ୍ୟାୟରେ ଏକ ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ସମେତ ବହୁ କଷ୍ଟ୍ ଆକାଉଣ୍ଟାଣ୍ଟ୍‌ଙ୍କ ସହ କର୍ପୋରେଟ୍ ଜଗତର ବିଶିଷ୍ଟ ବ୍ୟକ୍ତି, ବ୍ୟାଙ୍କ ପ୍ରତିନିଧି ଓ ଅନ୍ୟମାନେ ସାମିଲ ହୋଇଥିଲେ। ତିନି ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ପାଞ୍ଚଟି ବିଷୟ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ୫୦୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe