Clean Bhubaneswar : ସ୍ୱଚ୍ଛକର୍ମୀଙ୍କ ବିନା ସ୍ୱଚ୍ଛ ଭୁବନେଶ୍ବରର କଳ୍ପନା ଅସମ୍ଭବ: ମେୟର

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ କର୍ମୀଙ୍କ ତ୍ୟାଗ, ସେବାକୁ ସମ୍ମାନ ଜଣାଇ ଆୟୋଜିତ ଏହି....

Untitled-31

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ କର୍ମୀଙ୍କ ତ୍ୟାଗ, ସେବାକୁ ସମ୍ମାନ ଜଣାଇ ଆୟୋଜିତ ଏହି ଉତ୍ସବରେ ବିଏମ୍‌ସିର ୬୭ଟି ୱାର୍ଡର ସ୍ବଚ୍ଛକର୍ମୀମାନେ ଉପସ୍ଥିତ ଥିଲେ। ରାଜଧାନୀ ଭୁବନେଶ୍ବରକୁ ସ୍ୱଚ୍ଛ ରଖିବାରେ ଗୁରୁ ଦାୟିତ୍ୱ ତୁଲାଇଥିବା ସମସ୍ତ ବର୍ଗର ସ୍ୱଚ୍ଛ କର୍ମୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, କମିସନର ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଅତିଥି ଭାବେ ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ୮୫ଜଣ ସ୍ବଚ୍ଛସାଥୀଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରିଥିଲେ। ୧୧ଜଣ ଗରିମା କର୍ମୀଙ୍କୁ ସେଫ୍ଟି କିଟ୍ ପ୍ରଦାନ କରାଯାଇଥିଲା। ମେୟର ଶ୍ରୀମତୀ ଦାସ କହିଥିଲେ, ଆଜି ଯଦି ସାରାଦେଶରେ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରର ସ୍ୱଚ୍ଛତା ରୢାଙ୍କିଙ୍ଗ୍‌ରେ ୯ମ ସ୍ଥାନରେ ରହିଥାଏ, ତାର ସବୁ  ଶ୍ରେୟ ସ୍ୱଚ୍ଛ କର୍ମୀଙ୍କୁ ଯିବ। ଅସମୟରେ ସ୍ବଚ୍ଛ ସାଥୀମାନେ ଆମ ସହିତ ଅଛନ୍ତି। ଭଲ ସମୟରେ ଅବା ପର୍ବପର୍ବାଣୀରେ କର୍ମର ସାରଥି ସାଜିଛନ୍ତି। କେବଳ ସ୍ବଚ୍ଛ କର୍ମୀ ନୁହେଁ, ସ୍ବଚ୍ଛତା ବି ଆମ ସମସ୍ତଙ୍କର ଦାୟିତ୍ବ। କମିସନର୍ ଚଞ୍ଚଳ ରାଣା କହିଛନ୍ତି, ଆମେ ଯେପରି ନିଜ ଛୁଆର ଯତ୍ନ ନେଉଛନ୍ତି, ଆମ ପିଲା ସବୁଠୁ ଭଲ ଦିଶୁ ବୋଲି ଚାହୁଛନ୍ତି, ସେଭଳି ଆମ ସ୍ୱଚ୍ଛ କର୍ମୀମାନେ ରାଜଧାନୀ ଭୁବନେଶ୍ବରକୁ ନିଜର ଶିଶୁ ତୁଲ୍ୟ ପରିଷ୍କାର ପରିଛନ୍ନ ରଖୁଛନ୍ତି। ଏହି ସଦ୍ଦିଚ୍ଛା ସର୍ବଦା ରହିବା ଜରୁରି। ଏହି ଅବସରରେ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ, ୟୁନିଟ୍-୮ ଗୋଷ୍ଠୀ କେନ୍ଦ୍ର, ଭିଏସ୍ଏସ୍‌ନଗର କଲ୍ୟାଣମଣ୍ଡପ, ସହିଦ୍‌ନଗର  କଲ୍ୟାଣମଣ୍ଡପ, ବଡ଼ଗଡ଼ କଲ୍ୟାଣମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅତିରିକ୍ତ କମିସନର ରତ୍ନାକର ସାହୁ, ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe