ମୁକୁଳା ପଡ଼ିଛି ଇମ୍ଫା ପାର୍କ ଅଞ୍ଚଳ ଡ୍ରେନ୍

Advertisment
ମୁକୁଳା ପଡ଼ିଛି ଇମ୍ଫା ପାର୍କ ଅଞ୍ଚଳ ଡ୍ରେନ୍

ଭୁବନେଶ୍ବର: ସହିଦନଗର ଇମ୍ଫା ପାର୍କ ଅଞ୍ଚଳରେ ଅନେକ ଡ୍ରେନ୍ ମୁକୁଳା ପଡ଼ିଛି। ଫଳରେ ପ୍ରତିଦିନ ଗାଈ ଓ ବୁଲା ଷଣ୍ଢ ପଡ଼ି ଆହତ ହେଉଛନ୍ତି। ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ ପକାଇବା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଏମିତିକି କିଛି ଡ୍ରେନ୍‌ ପାଇଁ ସ୍ଲାବ୍ ତିଆରି ହୋଇ ରହିଥିଲେ ବି କାମରେ ଲଗାଯାଉନାହିଁ ବୋଲି ଅଭିଯୋଗ ହେଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ମୁକୁଳା ଡ୍ରେନ୍ ଯୋଗୁଁ ଏଠାରେ ଛୋଟ ପିଲା ଓ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡ଼ୁଛନ୍ତି। ବିଶେଷକରି ରାତି ହେଲେ ଏହି ସବୁ ରାସ୍ତାରେ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇପଡ଼ୁଛି। ବର୍ଷା ବେଳେ ଅଧିକ ଭୟଙ୍କର ହୋଇପଡ଼ୁଛି ଏହି ଅଞ୍ଚଳର ରାସ୍ତା। ବର୍ଷା ଜଳ ବୁଡ଼ାଇ ଦେଉଥିବାରୁ ଡ୍ରେନ୍‌ ଓ ରାସ୍ତା ଏକାକାର ହୋଇପଡ଼ୁଛି। ସୂଚନା ଅନୁଯାୟୀ କିଛି ଡ୍ରେନ୍ ପାଇଁ ସ୍ଲାବ୍ ତିଆରି ହୋଇ ରହିଛି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ସ୍ଲାବ୍ ସବୁ ସେମିତି ଗଦା ହୋଇ ରହିଛି ସିନା ମୁକୁଳା ଡ୍ରେନ୍‌ରେ ପଡ଼ିପାରୁନାହିଁ ବୋଲି ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର କହିଛନ୍ତି। ସ୍ଥାନୀୟ ବାସିନ୍ଦା ସତ୍ୟ ନାରାୟଣ ପଣ୍ଡାଙ୍କ କହିବା କଥା ମୁକୁଳା ଡ୍ରେନ୍‌ରେ ପଡ଼ି ଗାଈଗୋରୁ ମରୁଛନ୍ତି। ତେଣୁ ତୁରନ୍ତ ସ୍ଲାବ୍ ପକାଇବାକୁ ବିଏମ୍‌ସି ପଦ‌କ୍ଷେପ ନେଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe