ଭାଷାକୁ ଗୁରୁତ୍ବ ପ୍ରଥମ କର୍ତ୍ତବ୍ୟ ହେଉ

Advertisment

ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ଓ ଇନର୍‌ ହ୍ବିଲ୍‌ କ୍ଲବର ଯୁଗ୍ମ ଅଧିଷ୍ଠାନ ଦିବସ

ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ଓ ଇନର୍‌ ହ୍ବିଲ୍‌ କ୍ଲବର ଯୁଗ୍ମ ଅଧିଷ୍ଠାନ ଦିବସ

ଭାଷାକୁ ଗୁରୁତ୍ବ ପ୍ରଥମ କର୍ତ୍ତବ୍ୟ ହେଉ

ଭୁବନେଶ୍ବର: ଓଡ଼ିଆ ଭାଷାକୁ ଅବହେଳା କରିଛୁ ବୋଲି ଆଜି ଆମର ଗଣତନ୍ତ୍ର ଦୁର୍ବଳ ହୋଇଯାଇଛି। ଆମେ ନିଜ ଭାବକୁ ମଧ୍ୟ ଠିକ୍‌ ଭାବେ ବ୍ୟକ୍ତ କରିପାରୁ‌ନାହେଁ। ତେଣୁ ଭାଷାକୁ ଗୁରୁତ୍ବ ଦେବା ଆମର ପ୍ରଥମ ଦାୟିତ୍ବ ଓ କର୍ତ୍ତବ୍ୟ ହେଉ। ରୋଟାରି କ୍ଲବ୍‌ ଅଫ୍ ଭୁବନେଶ୍ବର, ମେଟ୍ରୋ ଏବଂ ଇନର୍ ହ୍ବିଲ୍‌ କ୍ଲବ୍ ଅଫ୍ ଭୁବନେଶ୍ବର, ମେଟ୍ରୋର ଯୁଗ୍ମ ଅଧିଷ୍ଠାନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ରୋଟାରି କ୍ଲବର କୋଷାଧ୍ୟକ୍ଷା ନଳିନୀ ଶର୍ମାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଗଣତନ୍ତ୍ର ଏବେ ଅମଲାତନ୍ତ୍ରରେ ପରିଣତ ହେବାକୁ ବସିଲାଣି। ତେଣୁ ଆମେ ପ୍ରକୃତ ଗଣତନ୍ତ୍ରର ସ୍ବାଦ ଚାଖି ପାରୁ‌ନା‌ହେଁ। ଏହି ଅବସରରେ ଇନର୍ ହ୍ବିଲ୍‌ ପକ୍ଷରୁ ପୁସ୍ତକ ‘ପ୍ରେରଣା’ ଓ ରୋଟାରି କ୍ଲବ୍‌ ପକ୍ଷରୁ ‘ଦ ମେଟ୍ରୋ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି କର୍ଣ୍ଣେଲ ବଦ୍ରିନାଥ ବିଶ୍ବାଳଙ୍କଠାରୁ ସଭାପତି ଧୀରେନ୍ଦ୍ର କୁମାର ଦାସ ଚାର୍ଟର ଗ୍ରହଣ କରିଥିଲେ।

ସମ୍ପାଦକ ଭାବେ ରସାନନ୍ଦ ରାଉତ ଓ କୋଷାଧ୍ୟକ୍ଷ ଭାବେ ନଳିନୀ ଶର୍ମା ଅଧିଷ୍ଠିତ ହୋଇଥିଲେ। ସେହିପରି ଇନର୍ ହ୍ବିଲ୍‌ କ୍ଲବର ପୂର୍ବତନ ସଭାନେତ୍ରୀ ସୁଜାତା ମିଶ୍ରଙ୍କଠାରୁ ନୂତନ ସଭାପତି ଶାନ୍ତିଲତା ଦାସ ଦାୟିତ୍ବ ଗ୍ରହଣ କରିଥିଲେ। ପ୍ରଭାତୀ ବିଶ୍ବାଳ ସମ୍ପାଦକ ଓ ସଂଯୁକ୍ତା ନାୟକ କୋଷାଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବରର ଅନ୍ୟ ରୋଟାରି କ୍ଲବର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ। ରୋଟାରି କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ଅଜୟ ପଟ୍ଟନାୟକ ଓ ଇନର ହ୍ବିଲ୍‌ କ୍ଲବର ଡିଷ୍ଟ୍ରିକ୍ଟ ଇ.ଏସ୍.ଓ ସନ୍ଧ୍ୟାରାଣୀ ମିଶ୍ର, ସମ୍ପାଦିକା ମଧୁସ୍ମିତା ତ୍ରିପାଠୀ, ଆଇ.ଏସ୍.ଓ ପୁଷ୍ପା ହରିଚନ୍ଦନ ପ୍ରମୁଖଙ୍କ ସମେତ ବରିଷ୍ଠ ରୋଟାରିୟାନ୍ ଏସ୍.କେ.ଏସ୍ ନାରାୟଣ, ଜୟକୃଷ୍ଣ ତ୍ରିପାଠୀ, ପ୍ରଫେସର ଗୋପାଳ ନାୟକ, ଲତା ରବିନ୍ଦ୍ରନ୍, ପିଡିଜି ଦିଲୀପ ପଟ୍ଟନାୟକ, ହରିହର ତ୍ରିପାଠୀ, ଶଶାଙ୍କ ମହାନ୍ତି, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପିକେ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ମିହିର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe