‘ରାଜାରାଣୀ ସଙ୍ଗୀତ ଉତ୍ସବ’ର ଉଦ୍‍ଘାଟନୀ ସଂଧ୍ୟା: ହୃଦୟ ଜିଣିଲେ ସୁଧା ରଘୁରମନ୍

Advertisment

ମନ୍ଦିର ଆଗରେ ରାସ୍ତା ଅବସ୍ଥା ଏମିତି

ମନ୍ଦିର ଆଗରେ ରାସ୍ତା ଅବସ୍ଥା ଏମିତି

‘ରାଜାରାଣୀ ସଙ୍ଗୀତ ଉତ୍ସବ’ର ଉଦ୍‍ଘାଟନୀ ସଂଧ୍ୟା: ହୃଦୟ ଜିଣିଲେ ସୁଧା ରଘୁରମନ୍

ଭୁବନେଶ୍ୱର: କଳିଙ୍ଗ କଳା, ସ୍ଥାପତ୍ୟର ଚମତ୍କାର କଳାକୃତି ‘ରାଜାରାଣୀ ମନ୍ଦିର’ ପ୍ରାଙ୍ଗଣରେ ଆଜିଠାରୁ ଆରମ୍ଭ ହୋଇଛି ‘ରାଜାରାଣୀ ସଙ୍ଗୀତ ମହୋତ୍ସବ’। ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଦୁଷୀ ସୁଧା ରଘୁରମନଙ୍କ କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ଆରମ୍ଭ ହୋଇଥିଲା। ସିଦ୍ଧି ବିନାୟକଙ୍କ ବନ୍ଦନା ରାଗ ଆସୀ ଓ ଆଦିତାଳରୁ ଆରମ୍ଭ କରି ରାଗ ହଂସଧ୍ୱନି, ରାଗଶ୍ରୀ ଓ ଶିବ ପଞ୍ଚାକ୍ଷରୀ ପରିବେଷଣ କରି ସେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ତବଲାବାଦକ ବିକ୍ରମ ଘୋଷଙ୍କ ଦ୍ୱାରା ଫ୍ୟୁଜନ୍‌। ତାଙ୍କ ପ୍ରସ୍ତୁତିରେ ଥିଲା ଶିବ ତାଣ୍ଡବ ସହିତ ତବଲା, ପଖାଓ୍ୱଜ୍, କର୍ଣ୍ଣାଟକୀ ମୃଦଙ୍ଗମ୍‍, ପାରମ୍ପରିକ ଶ୍ରୀଖଳ ଓ ସମସାମୟିକ ଡ୍ରମ୍‍ର ସମନ୍ବୟରେ ଶାସ୍ତ୍ରୀୟ ତବଲା ବାଦନ।

ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍‍, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସଙ୍ଗୀତା ଗୋସାଇଁ ଓ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ଉପସଚିବ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥି‌ଲେ। ତିନିଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ମଞ୍ଚରୁ ଭାରତର ସମସ୍ତ ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତର ଧୁନ୍‌ ଶୁଭିବ। ଆଗାମୀ ପିଢ଼ିର କଳାକାରମାନଙ୍କ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢ଼ାଇବା ସହ ପ୍ରଚାରପ୍ରସାର କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

ମନ୍ଦିର ଆଗରେ ରାସ୍ତା ଅବସ୍ଥା ଏମିତି

publive-imageଆଜିଠାରୁ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ ଆରମ୍ଭ ହୋଇଥିବା ବେଳେ ଏଥିରେ ସାରା ଭାରତରୁ ବହୁ ବଡ଼ବଡ଼ କଳାକାର ଯୋଗଦେବେ। କିନ୍ତୁ ମୁଖ୍ୟ ଫାଟକକୁ ସଂଯୋଗ କରୁଥିବା ରାସ୍ତାର .ଶୋଚନୀୟ ଅବସ୍ଥା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାକୁ ଆସିବାକୁ ଥିବା ବାହାର ରାଜ୍ୟ କଳାକାର ଏହି କଦର୍ଯ୍ୟ ରାସ୍ତା ଦେଖି ଭୁବନେଶ୍ୱର ପ୍ରତି କି’ ଧାରଣା ନେଇ ଫେରିବେ ବୋଲି ପ୍ରଶ୍ନ କରିଛନ୍ତି ସେମାନଙ୍କ ଅଭିଯୋଗ ହେଲା, ନୂଆ ରାସ୍ତା ତିଆରି ପାଇଁ ବିଏମ୍‌ସି ଦୀର୍ଘ ଦିନ ହେଲା ଏଠା‌ରେ ମାଟି ଖୋଳିଥିଲେ ହେଁ ଏଯାବତ୍‌ ରାସ୍ତାଟି ସଂପୂର୍ଣ୍ଣ ହୋଇପାରିନାହିଁ।ସ୍ଥାନୀୟ ଲୋକଙ୍କ କହିବା କଥା, ରାଜାରାଣୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ମରାମତି ପାଇଁ ବହୁ ଦିନ ତଳୁ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇପାରିନାହିଁ। ଏହି ଉତ୍ସବ ଆରମ୍ଭ ହେବାର ତିନି ଦିନ ପୂର୍ବରୁ କେବଳ ଗୋଡ଼ି ପକାଇ ଦିଆଯାଇଥିଲା। କିନ୍ତୁ ଏବେ ତାହା ଉଠି ଯାଇଛି। ଫଳରେ ଟିକିଏ ଅସାବଧାନ ହେଲେ ତଳେ ପଡ଼ି ଖଣ୍ଡିଆ ଖାବରା ହେବାର ଭୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe