ଧରାପଡ଼ିଲେ କୁଖ୍ୟାତ ଦଧି ଓ ବୁବୁ: ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ଭରତପୁର ଥାନା ପୁଲିସ ଶ୍ୟାମପୁର ନୂଆଗାଁ ନିକଟରୁ ୨ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। କଟକ, ପୁରୀ ଓ ଭୁବନେଶ୍ବରରେ ବହୁ ଅପରାଧରେ ସଂଶ୍ଳିଷ୍ଟ ଏହି ୨ଅପରାଧୀ ହେଲେ ନୂଆପଲ୍ଲୀ ଉଦ୍ୟାନକୃଷି କାର୍ଯ୍ୟାଳୟ ଅଞ୍ଚଳରେ ରହୁଥିବା ନେପାଳ କାଠମାଣ୍ଡୁର...

ମଙ୍ଗଳବାର ବିଳମ୍ବିତ ରାତିରେ ଭରତପୁର ଥାନା ପୁଲିସ ଶ୍ୟାମପୁର ନୂଆଗାଁ ନିକଟରୁ ୨ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। କଟକ, ପୁରୀ ଓ ଭୁବନେଶ୍ବରରେ ବହୁ ଅପରାଧରେ ସଂଶ୍ଳିଷ୍ଟ ଏହି ୨ଅପରାଧୀ ହେଲେ ନୂଆପଲ୍ଲୀ ଉଦ୍ୟାନକୃଷି କାର୍ଯ୍ୟାଳୟ ଅଞ୍ଚଳରେ ରହୁଥିବା ନେପାଳ କାଠମାଣ୍ଡୁର...

dgdagddgadgd

ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ଭରତପୁର ଥାନା ପୁଲିସ ଶ୍ୟାମପୁର ନୂଆଗାଁ ନିକଟରୁ ୨ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। କଟକ, ପୁରୀ ଓ ଭୁବନେଶ୍ବରରେ ବହୁ ଅପରାଧରେ ସଂଶ୍ଳିଷ୍ଟ ଏହି ୨ଅପରାଧୀ ହେଲେ ନୂଆପଲ୍ଲୀ ଉଦ୍ୟାନକୃଷି କାର୍ଯ୍ୟାଳୟ ଅଞ୍ଚଳରେ ରହୁଥିବା ନେପାଳ କାଠମାଣ୍ଡୁର ସୂର୍ଯ୍ୟ ବାହାଦୁର ଓରଫ ବୁବୁ(୨୫) ଓ ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକ ଅଞ୍ଚଳରେ ରହୁଥିବା କଟକ ଆଠଗଡ଼ର ଦଧିବାମନ ଜେନା ଓରଫ ଦଧି(୨୦)। ଏମାନେ ସୁପାରି ନେଇ ଅପରାଧ ଘଟାଉଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଗୁଳି, ୪ ବୋମା, ୨ଖଣ୍ଡା, ଷ୍ଟିଲ୍‌ କ୍ରାଙ୍କ୍‌ ଷ୍ଟିକ୍‌(ଫାର୍ସା) ଓ କାର୍‌ ଜବତ କରିଛି। କିନ୍ତୁ ଏହି ୨ ଅପରାଧୀଙ୍କ ସହ ପୁଲିସ ପଞ୍ଝାରେ ପଡ଼ିଥିବା ଶ୍ରୀକାନ୍ତ ସାହୁ ଓରଫ ଟାନିକୁ ପଚରାଉଚରା ପରେ ଛାଡ଼ିଦିଆଯାଇଛି। ୨ ଅପରାଧୀ ଦଧି ଓ ବୁବୁ ସହ ଟାନିର କୌଣସି ସମ୍ପର୍କ ଥିବାର ପ୍ରମାଣ ନ ମିଳିବାରୁ ପୁଲିସ ତାକୁ ଛାଡ଼ିଥିବା ଦର୍ଶାଇଛି। କିନ୍ତୁ ବିଳମ୍ବିତ ରାତିରେ ଟାନିକୁ ୨ଅପରାଧୀଙ୍କ ସହ କେଉଁ ପରିସ୍ଥିତି‌ରେ ପୁଲିସ ଉଠାଇଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ଜବତ କାର୍‌ର ମାଲିକାନାକୁ ନେଇ ପୁଲିସ ତଦନ୍ତ ଚାଲୁରଖିଛି ବୋଲି ସୂଚନା ଦେଇଛି।   

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ଏବାବଦରେ ସୂଚନା ଦେଇ କହିଥିଲେ ଯେ ଗତକାଲି ରାତି ପାଖାପାଖି ୨ଟା ସମୟରେ ଭରତପୁର ଥାନା ପୁଲିସ ବୁବୁ ଓ ଦଧିକୁ ଧରିଥିଲା। ଏକ ଡକାୟତ ଦଳ ନୂଆଗାଁସ୍ଥିତ ଟାନିର ସେଲ୍‌ଫ ଡ୍ରାଇଭ୍‌ କାର୍‌ ଅଫିସ ନିକଟରେ ଏକାଠି ହୋଇଥିବା ଖବର ପାଇ ଆଇଆଇସି ଦୀପକ ଖଣ୍ଡାୟତରାୟଙ୍କ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ସେଠାରୁ ପୁଲିସ ବୁବୁ, ଦଧି ଓ ଟାନିକୁ କାବୁ କରିଥିଲା। କାର୍‌ରୁ ବୋମା, ଖଣ୍ଡା ଆଦି ମିଳିଥିଲା। ସେହିପରି ଦଧି ଅଣ୍ଟାରୁ ଏକ ଦେଶୀ ପିସ୍ତଲ ଜବତ କରାଯାଇଥିଲା। ଡିସିପି ଶ୍ରୀ ମିଶ୍ରଙ୍କ କହିବା କଥା ଟାନିର କୌଣସି ଭୂମିକା ନଥିବା ଜଣାପଡ଼ିବା ପରେ ତାକୁ ଛାଡ଼ିଦିଆଯାଇଛି। କିନ୍ତୁ ଦଧି ଓ ବୁବୁ ବହୁ ମାମଲାରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ
ଟାନିକୁ ଛାଡ଼ିଦେଲା ପୁଲିସ

ସମାନ କଥା ଦୋହରାଇଛନ୍ତି ଆଇଆଇସି ଶ୍ରୀ ଖଣ୍ଡାୟତରାୟ। ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧୀଙ୍କ ନିକଟରୁ ଧରାପଡ଼ିବା ପରେ ଟାନିର କିଛି ଭୂମିକା ନାହିଁ ବୋଲି ପୁଲିସର ମତକୁ ସହଜରେ ଗ୍ରହଣ କରିହେଉନାହିଁ। ସୁପାରି ନେଇ ଅପରାଧ ଘଟାଉଥିବା ଦଧି ଓ ବୁବୁ ସହ ଟାନି କିଭଳି ଏକାଠି ଥିଲା? ଏହି ପ୍ରଶ୍ନକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା। ଟାନି ଜଣେ ବ୍ୟବସାୟୀ ହୋଇଥିବାରୁ ଘଟଣା ପଛ‌ରେ କିଛି ରହସ୍ୟ ରହିଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଦଧି ନାଁରେ ନୂଆପଲ୍ଲୀ ଥାନାରେ ୩, କଟକରେ ଗୋଟିଏ ଓ ପୁରୀ‌ରେ ଗୋଟିଏ ଏମିତି ୫ଟି ମାମଲା ରହିଛି। ସେହିପରି ସୂର୍ଯ୍ୟ ନାଁରେ ସହିଦନଗର ଥାନାରେ ୩ଟି ‌ଓ ନୂଆପଲ୍ଲୀ ଥାନାରେ ୨ଟି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe