ବୈଦ୍ୟୁତିକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ ପ୍ରସଙ୍ଗ, ୭ ଦିନ ସମୟ ମାଗିଲା

Advertisment
ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ମିଛ ଓ କପୋଳକଳ୍ପିତ ଖବର ପ୍ରସାରଣ ଅଭିଯୋଗରେ ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ କର୍ତ୍ତୃପକ୍ଷ କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ନିଜ ପକ୍ଷ ରଖିବା ପାଇଁ ଆଉ ୭ ଦିନ ସମୟ ମାଗିଛନ୍ତି। ଆଜି କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ଗଣମାଧ୍ୟମ କର୍ତ୍ତୃପକ୍ଷ ଏକ ଚିଠି ଲେଖି ଏହି ଅନୁ‌ରୋଧ କରିଛନ୍ତି। ବିଏମ୍‌ସି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଥିଲେ। ଗତକାଲି ବିଏମ୍‌ସି ମଧ୍ୟ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ ଜାରି କରିବା ସହ ୪୮ ଘଣ୍ଟା ମଧ୍ୟରେ ସେହି ଖବରର ସତ୍ୟାସତ୍ୟକୁ ନେଇ ତଥ୍ୟ ଉପସ୍ଥାପନ କରିବାକୁ ନୋଟିସ କରିଥିଲା।

ବିଏମ୍‌ସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ମୁତାବକ, ଅଗଷ୍ଟ ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଦୁଇ ଜଣ ଅଜଣା ଲୋକଙ୍କ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲା। ପ୍ରସାରିତ ଖବରରେ ଅଜଣା ବ୍ୟକ୍ତିଦ୍ବୟ ପଜିଟିଭ୍ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିଭିନ୍ନ ହସ୍‌ପିଟାଲକୁ ପଠାଯାଉଛି ବୋଲି କଥା ହେଉଥିଲେ। ରୋଗୀ ପିଛା କେନ୍ଦ୍ର ସରକାରଙ୍କଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି, ସେଥିପାଇଁ ଦିନକୁ ଶହେ ରାଗୀଙ୍କୁ ଏ ସବୁ ହସ୍‌ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ଅଛି ବୋଲି ସେମାନେ କହୁଥିଲେ। ଏହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଏହି ବୈଦ୍ୟୁତିକ ଗଣମାଧ୍ୟମ ଖବର ପ୍ରସାରଣ କରିଛି ବୋଲି ବିଏମ୍‌ସି ଅଭିଯୋଗ କରିଥିଲା। ଏଭଳି ଖବରକୁ କପୋଳ କଳ୍ପିତ କହି ସମ୍ପୃକ୍ତ ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମ୍‌ସି ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe