ଏଏସ୍‌ଆଇ ଅଧୀକ୍ଷକଙ୍କୁ ଭେଟିଲା ଜଗନ୍ନାଥ ସେନା

Advertisment

ଶ୍ରୀମନ୍ଦିର ନିକଟରେ ବେଆଇନ ନିର୍ମାଣ

ଶ୍ରୀମନ୍ଦିର ନିକଟରେ ବେଆଇନ ନିର୍ମାଣ

ଏଏସ୍‌ଆଇ ଅଧୀକ୍ଷକଙ୍କୁ ଭେଟିଲା ଜଗନ୍ନାଥ ସେନା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ନିକଟରେ ଚାଲିଥିବା ବେଆଇନ ନିର୍ମାଣକୁ ବିରୋଧ କରି ଆଜି ଜଗନ୍ନାଥ ସେନା ଭୁବନେଶ୍ୱରସ୍ଥିତ ଏଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କୁ ଭେଟିଛି। ଏନେଇ ସେନା ପକ୍ଷରୁ ଶ୍ରୀ ମଲ୍ଲିକଙ୍କୁ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ବାଇ ଲ’ ଅନୁସାରେ ମନ୍ଦିରର ୧୦୦ ମିଟର ମଧ୍ୟରେ କୌଣସି ନୂତନ ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ଏହି ନିୟମକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଶ୍ରୀମନ୍ଦିରକୁ ବିପଦରେ ପକାଇ ମନ୍ଦିର ପୂର୍ବଦ୍ୱାର ସମ୍ମୁଖରେ ୨୦-୪୦ ଫୁଟ୍‌ ପର୍ଯ୍ୟନ୍ତ ଗାତ କରି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।

ବଡ଼ ବଡ଼ ମେସିନ ସହାୟତାରେ ଏହି କାର୍ଯ୍ୟ କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରତି ଏହା ବିପଦ ସୃଷ୍ଟି କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହାସହ ସେ ପୂର୍ବରୁ ମଧ୍ୟ କାମ ବନ୍ଦ ରଖିବାକୁ ନ୍ୟାସନାଲ ମନୁମେଣ୍ଟ ଅଥରିଟିକୁ ଜଣାଇଥିଲେ। କିଛି ଦିନ ତଳେ ଏଏସଆଇ ଡିଜି ମଧ୍ୟ ମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ବେଆଇନ ଭାବେ ନିର୍ମାଣ କାମ ଜାରି ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସେନା ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ ସମେତ ଆଇନଜୀବୀ ସୁଦର୍ଶନ ପ୍ରଧାନ, ବୃନ୍ଦାବନ ବରାଳ, ସମାଜସେବୀ ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe