ପୁଣି ଭାଙ୍ଗିଲା ଖଣ୍ଡଗିରି ଓଭରହେଡ୍‌ ବ୍ୟାରିୟର୍

Advertisment
ପୁଣି ଭାଙ୍ଗିଲା ଖଣ୍ଡଗିରି ଓଭରହେଡ୍‌ ବ୍ୟାରିୟର୍

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ରାସ୍ତାରେ ଲାଗିଥିବା ଓଭରହେଡ୍‌ ବ୍ୟାରିୟର୍‌ ପୁଣି ଭାଙ୍ଗିଯାଇଛି। ବିଳମ୍ବିତ ରାତିରେ କୌଣସି ଭାରୀଯାନ ବେଆଇନ ଭାବେ ଉକ୍ତ ରାସ୍ତାରେ ଯାଇ ଏହି ବ୍ୟାରିକେଡ୍‌କୁ ଭାଙ୍ଗିଛି। ଅଧାଭଙ୍ଗା ଅବସ୍ଥାରେ ବଡ଼ ବିପଜ୍ଜନକ ଭାବେ ଏହି ବ୍ୟାରିକେଡ୍‌ ଲଟକି ରହିଛି। ଉକ୍ତ ରାସ୍ତାରେ ସିସିଟିଭି ନଥିବାରୁ ଜାଣିଶୁଣି ଭାରୀଯାନ ଚାଳକମାନେ ଏଭଳି କାଣ୍ଡ ଘଟାଇବାକୁ ସକ୍ଷମ ହେଉଛନ୍ତି।

ସୂଚନାଯୋଗ୍ୟ, ଏହି ଦୁଇ ପାହାଡ଼ର ମଧ୍ୟଭାଗ ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ରହିଛି। ଦୁଇ ପାହାଡ଼ରେ ଥିବା କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ଭାରୀଯାନ ଚଳାଚଳ ନିଷେଧ କରାଯାଇଛି। ଏଥିପାଇଁ ଜୟଦେବ ବାଟିକା ପଟୁ ଚାରି ଛକରେ ଓ ଖଣ୍ଡଗିରି ଥାନା ପଟୁ ଟ୍ରା‌ଫିକ୍‌ ଛକରେ ଦୁଇଟି ଓଭରହେଡ୍‌ ବ୍ୟାରିକେଡ୍‌ ଲଗାଯାଇଛି। କିନ୍ତୁ ଏହି ନିର୍ଦ୍ଦେଶକୁ ବେଖାତିର କରି ଭାରଯାନ ଚାଳକମାନେ ରାତିରେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଗାଡ଼ି ଧକ୍କାରେ ଓଭରହେଡ୍ ବ୍ୟାରିୟର୍ ଭାଙ୍ଗି ଦେଉଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅମାନିଆ ଗାଡ଼ିଚାଳକମାନେ ଜାଣିଶୁଣି ଏଭଳି କରୁଛନ୍ତି ଓ ରାତିରେ ଟ୍ରାଫିକ୍‌ ପୁଲିସ ନଥିବା ବେଳେ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ କରାଉଛନ୍ତି। ଗତ ମଙ୍ଗଳବାର ରାତିରେ ପୁଣି କୌଣସି ଭାରୀଯାନ ଏହାକୁ ଧକ୍କା ଦେଇ ଭାଙ୍ଗିଦେଇଛି। ସ୍ଥାନୀୟ ଲୋକେ ଏହାର ମରାମତି, ଏଠାରେ ଆଲୋକୀକରଣ ଓ ସିସିଟିଭି ଲଗାଇବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe