YouTube
ଚନ୍ଦ୍ରଶେଖରପୁର: ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିବା ପ୍ରେମିକ ପାଇଁ ମହଙ୍ଗା ପଡ଼ିଛି। ସ୍ଥାନୀୟ ଲୋକଙ୍କ ସହ ମିଶି ଯୁବତୀଙ୍କ ପରିବାର ଯୁବକଙ୍କୁ ନିର୍ଧୁମ୍ ଛେଚି ପୁଲିସ୍ ଜିମା ଦେଇଛନ୍ତି। ଇନ୍ଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ ନଗର ବସ୍ତିରେ ଆଜି ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପରିବାରଲୋକ ଥାନାରେ ପହଞ୍ଚିବା ପରେ ପୁଲିସ୍ ବ୍ୟକ୍ତିଗତ ମୁଚାଲିକାରେ ଯୁବକଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଗଂଜାମର ଜଣେ ୨୫ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଉକ୍ତ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା। ଦୁହିଁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କଥାବାର୍ତ୍ତା ହେବା ପରେ ଯୁବକଜଣଙ୍କ ନାବାଳିକାଙ୍କୁ ବିବାହ କରିବ ବୋଲି କହିଥିଲା। କିନ୍ତୁ ପରିବାରଲୋକ ରାଜି ହେବେନି ବୋଲି କହିବାରୁ ଯୁବକଜଣଙ୍କ ତାଙ୍କୁ ନେଇଯିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ, ଗତ ବିଳମ୍ବିତ ରାତିରେ ଉଭୟ ଫେରାର୍ ହୋଇଥା'ନ୍ତେ। ଏଥିପାଇଁ ସବୁ ଯୋଜନା ସରିଥିଲା। ଯୁବକଜଣଙ୍କ ମଧ୍ୟ ବାଇକ୍ରେ ଗଂଜାମରୁ ପଳାଇ ଆସିଥିଲେ। କିନ୍ତୁ ନାବାଳିକା ଫେରାର୍ ହେବା ଆଗରୁ ସବୁ ଧରାପଡ଼ିଗଲା। ପରିବାରଲୋକ ସୂଚନା ପାଇ ତୁରନ୍ତ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ଦୁହିଁଙ୍କୁ କାବୁ କରିନେଇଥିଲେ।
Follow Us