ରାସ୍ତା କଡ଼ରେ ପ୍ରସବ ବେଦନା, ଆମ୍ବୁଲାନ୍ସ ଆ‌ସିବାକୁ ଲାଗିଲା ୪୫ମିନିଟ

Advertisment
ରାସ୍ତା କଡ଼ରେ ପ୍ରସବ ବେଦନା, ଆମ୍ବୁଲାନ୍ସ ଆ‌ସିବାକୁ ଲାଗିଲା ୪୫ମିନିଟ

ଭୁବନେଶ୍ବର: ଆ‌ଜି ୟୁନିଟ-୪ ମସଜିଦ୍‌ ସମ୍ମୁଖରେ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ କେହି ତାଙ୍କୁ ହସ୍ପିଟାଲକୁ ନେଇନଥିଲେ। ଏପରିକି ଆମ୍ବୁଲାନ୍ସକୁ ଫୋନ୍‌ କରିବାର ପ୍ରାୟ ୪୫ମିନିଟ ପରେ ଆମ୍ବୁଲାନ୍ସ ଆସି ତାଙ୍କୁ ହସ୍ପିଟାଲ ନେଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ମସ୍‌ଜିଦ୍ ପଛପଟ ବସ୍ତିରେ ରହୁଥିବା ଏହି ମହିଳା ଜଣକର ହଠାତ୍‌ ପ୍ରସବ ବେଦନା ହେବାରୁ ସେ ତାଙ୍କର କୁନି ପୁଅ ସହ କ୍ୟାପିଟାଲ ହସ୍ପିଟାଲ ଯିବାକୁ ବାହାରିଥିଲେ। କିନ୍ତୁ ରାସ୍ତା ଉପରେ ପହଞ୍ଚିବା ପରେ ସେ ଆଉ ଚାଲିପାରିନଥିଲେ। ଲକ୍‌ଡାଉନ୍ ଯୋଗୁଁ ରାସ୍ତାରେ ଯଦିଓ ଅଧିକ ଗାଡ଼ି ଚଳାଚଳ କରୁନଥିଲା କିନ୍ତୁ କିଛି ଗାଡ଼ି ଯାତାୟାତ କରୁଥିଲା। ତେଣୁ କୁନି ପୁଅ କାନ୍ଦକାନ୍ଦ ହୋଇ କେତେକ ଗାଡ଼ିକୁ ହାତ ଦେଖାଇଥିଲା। ହେଲେ କେହି ଅଟକିନଥିଲେ। କିଛି ସମୟ ମଧ୍ୟରେ ନିକଟବର୍ତ୍ତୀ ଅଞ୍ଚଳର କିଛି ଲୋକ ରୁଣ୍ଡ ହୋଇଯାଇଥିଲେ। ହେଲେ କେହି ହସ୍ପିଟାଲକୁ ନେଇନଥିଲେ। ଏହାପରେ ଜଣେ ବ୍ୟକ୍ତି ୧୦୮କୁ ଫୋନ୍‌ କରିଥିଲେ। ସବୁ ଘଟଣା ବିଷୟରେ କହିବା ପରେ ୧୦୮ କଲ୍‌ ସେଣ୍ଟରରୁ କୁହାଯାଇଥିଲା ଯେ, ୧୦୨କୁ ଫୋନ୍‌ କରନ୍ତୁ। ଏହାପରେ ୧୦୨କୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିବା ଭିତରେ ପିସିଆର୍‌ ଭ୍ୟାନ୍ ପହଞ୍ଚିଥିଲା। କିନ୍ତୁ ପିସିଆର୍‌ କର୍ମଚାରାୀ ହସ୍ପିଟାଲ ନେବାକୁ ମନା କରିଥିଲେ। କହିଥିଲେ ଆମ୍ବୁଲାନ୍ସ ଆସୁଛି ଅପେକ୍ଷା କରନ୍ତୁ। ଏହା ଭିତରେ ମହିଳା ଜଣଙ୍କ ୪୫ମିନିଟ କାଳ ରାସ୍ତା ଉପରେ ମରିଯିବି ମରିଯିବ କହି ଚିତ୍କାର କରୁଥିଲେ। କିନ୍ତୁ କେହି ତାଙ୍କୁ ଛୁଉଁନଥିଲେ। ଏହାପରେ ଆମ୍ବୁଲାନ୍ସ ଆସିଥିଲା ଆଉ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। କରୋନା ଭୟ ଏମିତି ଘାରିଥିଲା ଯେ, କେହି ମହିଳାଙ୍କୁ ଛୁଇଁନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe