ଓଡ଼ିଆ ନାଟ୍ୟଜଗତର ସମ୍ରାଟ ଥିଲେ ସ୍ୱର୍ଗତ ସଚ୍ଚି ଦାସ

Advertisment

ଓଡ଼ିଆ ନାଟ୍ୟ ଜଗତର ସମ୍ରାଟ ଥିଲେ ସ୍ୱର୍ଗତ ସଚ୍ଚି ଦାସ। ଏକାଧାରରେ ସେ ଚଳଚ୍ଚିତ୍ର, ଧାରାବାହିକ, ଯାତ୍ରା ଓ ମଞ୍ଚ ନାଟକରେ ଜଣେ ସଫଳ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସ୍ବତନ୍ତ୍ର...

ଓଡ଼ିଆ ନାଟ୍ୟ ଜଗତର ସମ୍ରାଟ ଥିଲେ ସ୍ୱର୍ଗତ ସଚ୍ଚି ଦାସ। ଏକାଧାରରେ ସେ ଚଳଚ୍ଚିତ୍ର, ଧାରାବାହିକ, ଯାତ୍ରା ଓ ମଞ୍ଚ ନାଟକରେ ଜଣେ ସଫଳ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସ୍ବତନ୍ତ୍ର...

Untitled-18

ଭୁବନେଶ୍ୱର: ଓଡ଼ିଆ ନାଟ୍ୟ ଜଗତର ସମ୍ରାଟ ଥିଲେ ସ୍ୱର୍ଗତ ସଚ୍ଚି ଦାସ। ଏକାଧାରରେ ସେ ଚଳଚ୍ଚିତ୍ର, ଧାରାବାହିକ, ଯାତ୍ରା ଓ ମଞ୍ଚ ନାଟକରେ ଜଣେ ସଫଳ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନାଟକରେ କିଛି ନୂଆ ସୃଷ୍ଟି କରିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ତାଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ପ୍ରାଣହୀନ ନାଟକରେ ବି ପ୍ରାଣ ସଞ୍ଚରି ଉଠୁଥିଲା। ତାଙ୍କ ନିର୍ଦ୍ଦେଶିତ ନାଟକ ‘ଶାଗୁଣା ବସିଛି ଡେଣା ମେଲେଇ’ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି। ‘ଡ.ସଚ୍ଚି ଦାସ ମେମୋରିଆଲ ଟ୍ରଷ୍ଟ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ତାଙ୍କ ୯୧ତମ ଜନ୍ମବାର୍ଷିକୀରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। 

କାର୍ଯ୍ୟକ୍ରମରେ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ନାଟ୍ୟ ଗବେଷିକା ସଂଘମିତ୍ରା ମିଶ୍ର, ନାଟ୍ୟକାର ସୂର୍ଯ୍ୟମଣି ତ୍ରିପାଠୀ, ସାହିତ୍ୟିକ ସଂଗ୍ରାମ ଜେନା, ଅନୁଷ୍ଠାନର ଅଧ୍ୟକ୍ଷ ନିହାର ରଞ୍ଜନ ଦାସ, ସମ୍ପାଦକ ମାନସ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ନାଟ୍ୟ ଜଗତରେ ତାଙ୍କର କୃତିତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ ସ୍ମୃତିଚାରଣ କରିଥିଲେ। ଉତ୍ସବରେ ଅତିଥିମାନେ ଟ୍ରଷ୍ଟର ଡିଡସ୍‌, ଲୋଗୋ, ମୁଖପତ୍ର ଉନ୍ମୋଚନ କରିଥିଲେ। ଏଥିସହିତ ସ୍ୱର୍ଗତ ଦାସଙ୍କ କନ୍ୟା ରଶ୍ମି ଦାସଙ୍କ ପୁସ୍ତକ ‘ପଞ୍ଚମ ବେଦର ପଦଧ୍ୱନି: ଜନତା ରଙ୍ଗମଞ୍ଚ’ ଉନ୍ମୋଚିତ ହୋଇଥିଲା।
 

ଏହି ଅବସରରେ ତାଙ୍କ ଶେଷ ଇଚ୍ଛା ମୁତାବକ ନାଟକ ‘ଇନ୍ଦ୍ରପୁରୀରେ ସଚ୍ଚି’ ମଞ୍ଚସ୍ଥ ହୋଇଯାଇଛି। ଏହାର ରଚନା ରବି ସାହୁ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଗୋବିନ୍ଦ ମହାପାତ୍ର। ଏଥିରେ ସ୍ୱର୍ଗତ ଦାସ ଇନ୍ଦ୍ରଙ୍କ ଆଦେଶକ୍ରମେ କିଭଳି ଏକ ପାରିବାରିକ ଓ ନାରୀ ଶକ୍ତିର ବାର୍ତ୍ତା ଦେଉଥିବା ନାଟକରେ ନିର୍ଦ୍ଦେଶନା ଦେବା ସହ ନିଜେ ମଧ୍ୟ ଅଭିନୟ କରିଛନ୍ତି ତାହା ବର୍ଣ୍ଣିତ ହୋଇଛି। ଏଥିରେ ବିଭିନ୍ନ ଭୂମିକାରେ ଅମରଦୀପ ମହାନ୍ତି, ଜଗା ରାଓ, ସ୍ୱନିକା, ଶ୍ରୀଚନ୍ଦନ ନାୟକ, ଗୋବିନ୍ଦ ମହାପାତ୍ର, ରାଜେଶ ମାଲିଆ, ରାଜା ସାମଲ, ସନ୍ଧ୍ୟା ସେନାପତି ରୋଜାଲିନ ନାୟକ, କେଦାର ନାଥ ଜେନା, ସୁଧାଂଶୁ ମହାରଣା ପ୍ରମୁଖ ଅଭିନୟ କରିଛନ୍ତି। କାର୍ଯ୍ୟକ୍ରମରେ ଶୁଭକାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe