‘ପ୍ଲାଣ୍ଟ ଏ ଟ୍ରି ଚ୍ୟାଲେଞ୍ଜ’ର ଶୁଭାରମ୍ଭ

Advertisment
‘ପ୍ଲାଣ୍ଟ ଏ ଟ୍ରି ଚ୍ୟାଲେଞ୍ଜ’ର ଶୁଭାରମ୍ଭ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ପ୍ଲାଣ୍ଟ ଏ ଟ୍ରି ଚ୍ୟାଲେଞ୍ଜ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜଣେ ଗଛ ଲଗାଇବା ସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କୁ ଗଛ ଲଗାଇବା ପାଇଁ ଚ୍ୟାଲେଞ୍ଜ ଦେବା। ବିଗତ ଦିନମାନଙ୍କରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଛି।

ଚଳିତବର୍ଷ ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଏକ ଗଛ ମଧ୍ୟ ଲଗାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପ୍ରତ୍ୟେକ ବର୍ଷ ସମସ୍ତେ ଗଛ ଲଗାଇବା ପାଇଁ ରାଜ୍ୟପାଳ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ଦେବୀପ୍ରସାଦ ମଙ୍ଗରାଜ, ଅନ୍‌ସ ଦାସନାୟକ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe