ଆଦିବାସୀଙ୍କ ସହ ନାଚିଲେ ବିଧାୟକ, ମେୟର ପ୍ରାର୍ଥୀ

ଆଦିବାସୀଙ୍କ ସହ ନାଚିଲେ ବିଧାୟକ, ମେୟର ପ୍ରାର୍ଥୀ

ଚନ୍ଦ୍ରଶେଖରପୁର: ବାଦ୍ୟର ତାଳେ ତଳେ ନାଚୁଛନ୍ତି ବିଧାୟକ ସୁଶାନ୍ତ ରାଉତ। ସାଙ୍ଗରେ ଅଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ। ତାଙ୍କ ସହ ସାମିଲ ହୋଇଛନ୍ତି ବିଜେଡି କର୍ପୋରେଟର ପ୍ରାର୍ଥୀ। ଆଦିବାସୀଙ୍କ ବାହାବଙ୍ଗା ପର୍ବ ପାଳନ ଅବସରରେ ଆଜି ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ୱାର୍ଡ ନମ୍ବର ୧୪ ସମେତ ଆଦିବାସୀ ସମ୍ପ୍ରଦାୟ ବସବାସ କରୁଥିବା ବିଭିନ୍ନ ଅଞ୍ଚଳରେ ବିଜେଡି ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି। ବିଜେଡିର ଶହ ଶହ କର୍ମୀ ଏକାଠି ହୋଇଥିବାରୁ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ବିଧାୟକଙ୍କ ସମେତ ପ୍ରାର୍ଥୀମାନେ ଆଦିବାସୀଙ୍କ ପାରମ୍ପରିକ ପୋଷାକ ପିନ୍ଧି ନୃତ୍ୟ ପରିବେଷଣ କରିବାର ଦୃଶ୍ୟ ବେଶ ମନୋରମ ଥିଲା। ଏହା ପୂର୍ବରୁ ୨୨ ନମ୍ବର ୱାର୍ଡ ଅନ୍ତର୍ଗତ ପାଇକରାପୁର ଅଞ୍ଚଳରେ ବିଜେଡି ପ୍ରାର୍ଥୀ ପଦଯାତ୍ରା କରି ଭୋଟ ଭିକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe