ଦେଶୀ ମଦ ବେପାରୀ କୋଭିଡ୍‌ ପଜିଟିଭ୍‌, ଧରିବାକୁ ଯାଇ ଅବକାରୀ କର୍ମଚାରୀ ହଟହଟା

Advertisment
ଜାଲ୍‌ କୋଭିଡ୍‌ ପଜିଟିଭ୍‌ ରି‌ପୋର୍ଟ ପ୍ରସଙ୍ଗ: ଦଲାଲ୍‌ଙ୍କ ଭିତରେ କୋକୁଆଭୟ, ଉତ୍ତର ରଖିଲା ସଂସ୍ଥା

ଭୁବନେଶ୍ବର: ଜଣେ ଦେଶୀ ମଦ ବେପାରୀକୁ ଧରି ହଟହଟା ହୋଇଛନ୍ତି ଅବକାରୀ ବିଭାଗ କର୍ମଚାରୀ। ମଦ ବେପାରୀକୁ ଧରି ଡାକ୍ତରୀ ପରୀକ୍ଷା କରିବା ପରେ ସେ କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ିଛି। ଫଳରେ ତାକୁ ମେଡିକାଲ ନେଇଥିବା କର୍ମଚାରୀମାନେ ଛାନିଆ ହେବା ସହ ନିଜ ନିଜର ପରୀକ୍ଷା କରାଇ କ୍ବାରାଣ୍ଟିନ୍‌ରେ ରହଛନ୍ତି। ପୂର୍ବରୁ କମିସନରେଟ୍‌ ପୁଲିସ କ୍ଷେତ୍ରରେ ଏଭଳି ଅନେକ ଘଟଣା ଘଟିଥିଲା‌। ଅଭିଯୁକ୍ତଙ୍କୁ ଧରିବା ବେଳେ ଅନେକ ପୁଲିସ କର୍ମଚାରୀ କରୋନାର ଶିକାର ହୋଇଥିଲେ। ଫଳରେ ଛୋଟ ଛୋଟ ଅପରାଧରେ ଥିବା ଅଭିଯୁକ୍ତଙ୍କୁ ନ ଧରିବା ପାଇଁ ଅଘୋଷିତ ନିର୍ଦ୍ଦେଶ ହୋଇଥିଲା। ଏବେ ଅବକାରୀ ବିଭାଗ କର୍ମଚାରୀ ଫସିବା ପରେ ତନାଘନା ହୋଇଛି। ସେହି କର୍ମଚାରୀଙ୍କ ସମ୍ପର୍କରେ ଆସିଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ଭୟଭୀତ ହୋଇଛନ୍ତି। ସେମାନେ ମଧ୍ୟ ନିଜକୁ ସଙ୍ଗରୋଧରେ ରଖିଛନ୍ତି।

ସୂଚନା ମୁତାବକ, ଭରତପୁର ବସ୍ତିରେ ଦେଶୀ ମଦ ରନ୍ଧା‌ ହେବା ସହ ବିକ୍ରି ହେଉଥିବା ନେଇ ଭୁବନେଶ୍ବର ଭୁବନେଶ୍ବର ଅବକାରୀ ନିରୀକ୍ଷକଙ୍କୁ ଖବର ଆସିଥିଲା। ଏଥିପାଇଁ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଏକ ସ୍ବତନ୍ତ୍ର ଦଳ ଆଜି ଭରତପୁର ବସ୍ତିରେ ଚଢ଼ଉ କରି ଗୋବିନ୍ଦ ନାୟକକୁ ଧରିବା ସହ ୭ ଲିଟର ଦେଶୀ ମଦ ଜବତ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ବେଳେ ସେ କରୋନା ଆକ୍ରାନ୍ତ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe