ଆରମ୍ଭ ହେଲା ଗୀତିନାଟ୍ୟ ଉତ୍ସବ

Advertisment
ଆରମ୍ଭ ହେଲା ଗୀତିନାଟ୍ୟ ଉତ୍ସବ

ଭୁବନେଶ୍ବର: ଟିଭି ଆସିଲା ପରେ ଗାଁ ଗହଳି ଲୋକଙ୍କ ପାଖେ ଗୀତିନାଟ୍ୟ ଦେଖିବା ପାଇଁ ଆଉ ଉତ୍ସାହ ନାହିଁ। ଇଣ୍ଟରନେଟ୍‌ ଯୁଗରେ ଲୋକମାନେ ଏହି ପୁରାତନ ଲୋକକଳାଠାରୁ ଦୂରେଇ ଯାଉଛନ୍ତି। ଏପରି ସ୍ଥିତିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଏକ ନିଆରା ପ୍ରୟାସ ଆରମ୍ଭ କରିଛି। ଗୀତିନାଟ୍ୟ ସହ ଲୋକଙ୍କୁ ଯୋଡ଼ିବା ପାଇଁ ଆଜିଠାରୁ ଗୀତିନାଟ୍ୟ ଉତ୍ସବ ଆରମ୍ଭ ହୋଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଦୀର୍ଘ ଦିନ ପରେ ରବୀନ୍ଦ୍ର ମଣ୍ଡପରେ ପୁଣିଥରେ ନାଟକ ପରିବେଷଣ କରାଯାଉଛି।

ଏହି ମଣ୍ଡପକୁ ଓଡ଼ିଆ ସଂସ୍କୃତିର ଏକ ଭାଇବ୍ରେସନ୍‌ ସେଣ୍ଟର କରାଯିବ। ଏଠାରେ ଏକ ସାଂସ୍କୃତିକ ପାର୍କ ତିଆରି କରାଯିବା ସହ ପ୍ରତି ସଂଧ୍ୟାରେ ଦର୍ଶକେ ଏଠାକୁ ଆସି ମାଗଣାାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୀତିନାଟ୍ୟର ଭିଡିଓ ରେକର୍ଡିଂ କରି ଇଣ୍ଟରନେଟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି ବୋଲି କହିଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଆଜି ପ୍ରଥମ ସଂଧ୍ୟାରେ ଭୁବନେଶ୍ବରର ଲାବଣ୍ୟ ଥିଏଟର ପକ୍ଷରୁ ପୌରାଣିକ ଗୀତିନାଟ୍ୟ ‘ମହୀରାବଣ ବଧ’ ପରିବେଷିତ ହୋଇଥିଲା। ଏହି ଅବସରରେ ଏକାଡେମି ପକ୍ଷରୁ ‘ଶିଳ୍ପୀ ପରିଚୟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe