ପରିବେଷିତ ହେଲା ଗୀତିନାଟ୍ୟ ‘କର୍ଣ୍ଣ ବଧ’

Advertisment
ପରିବେଷିତ ହେଲା ଗୀତିନାଟ୍ୟ ‘କର୍ଣ୍ଣ ବଧ’

ଭୁବନେଶ୍ବର: ଗୀତରେ ଗୀତରେ ସୁନ୍ଦର ଅଭିନୟ ମାଧ୍ୟମରେ ପରିବେଷିତ ହେଉଥିଲା କର୍ଣ୍ଣ ଓ ତାଙ୍କ ଅନ୍ତର କାହାଣୀ। ମହାଭାରତର କର୍ଣ୍ଣ-ଅର୍ଜୁନଙ୍କର ସେହି ମହାସଂଗ୍ରାମ ଓ କର୍ଣ୍ଣଙ୍କ ବଧର କାହାଣୀ ଗୀତିନାଟ୍ୟ ମାଧ୍ୟମରେ ଦର୍ଶକଙ୍କୁ ପରସି ଦେଉଥିଲେ କଟକ ସଂସ୍କୃତି ବିହାର କଳାକାର ବୃନ୍ଦ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଗୀତିନାଟ୍ୟ’ ଉତ୍ସବର ଆଜି ଥିଲା ୨ୟ ଦିବସ। ଗୀତିନାଟ୍ୟ ଦଳକୁ ଗୋଟିଏ ମଞ୍ଚରେ ପରିବେଷଣ କରିବାର ସୁଯୋଗ ପ୍ରଦାନ କରିବା ଫଳରେ କଳାକାର ଓ ଦର୍ଶକମାନଙ୍କ ମଧ୍ୟରେ ପାରସ୍ପରିକ ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିର ଚେତନା ସୃଷ୍ଟି କରିବା ସହିତ, ସାମାଜିକ ଗୁଣବତ୍ତାର ମାନ ବୃଦ୍ଧି କରିବା ସମ୍ଭବ ହେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ରାମକୃଷ୍ଣ ସାହୁ, ସଚିବ ପ୍ରବୋଧ ରଥ ଓ ନାଟ୍ୟକାର ମନୋଜ ପଟ୍ଟନାୟକ ଯୋଗ ଦେଇଥିଲେ। ୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ଆସନ୍ତକାଲି ଶେଷ ହେବ। ଶେଷ ସନ୍ଧ୍ୟାରେ ପୁରୀର ରୂପା ମହାନ୍ତି ଓ ସାଥୀଙ୍କ ଦ୍ୱାରା ‘ଜଳନ୍ଧର ବଧ’ ପରିବେଷିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe