କଟକ: ବାଲିଯାତ୍ରାର ନବମ ସଂଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ତଥା କ୍ବୁଇନ୍ ଅଫ ମେଲୋଡି ଶ୍ରେୟା ଘୋଷାଲଙ୍କ ଯାଦୁ ଦେଖିବାକୁ ମିଳଛି। ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚ ଚାରିପଟେ ଲକ୍ଷାଧିକ ଦର୍ଶକ ୨ ଘଣ୍ଟା କାଳ ଶ୍ରେୟାଙ୍କ ସୁମଧୁର ସଂଗୀତରେ ବାନ୍ଧି ହୋଇ ରହିଥିଲେ। ରାତି ପ୍ରାୟ ୮ଟାରେ ଶ୍ରେୟାଙ୍କ ସୋ’ ଆରମ୍ଭ ହୋଇଥଲୋ। ଯାଦୁ ହେ ନଶା ହେ ମଦହୋସିଆ... ଗୀତରେ ଶ୍ରେୟା ସୋ’ ଆରମ୍ଭ କରିଥିବା ବେଳେ ଦର୍ଶକମାନେ ଗୀତରେ ଝୁମି ଉଠିଥିଲେ। ପରକୁ ପର ‘ବେପନ୍ନା ପ୍ୟାର ହେ ଆଜା ତେରା ଇନ୍ତଜାର ହେ ଆଜା....., କେହତେ ହେଁ ଏ ଦିୱାନି ମସ୍ତାନି ହୋଗଇ......, ମନୱା ଲାଗେ ଓ ମନୱା ଲାଗେ ଲାଗେରେ ସାୱରେ...., ତେରି ଓର ତେରି ହାଏ ରବା......ପରି ଗୀତ ଗାଇ ଦର୍ଶକକୁ ସଂଗୀତର ସାଗରେ ଭସାଇ ଦେଇଥିଲେ ଶ୍ରେୟା। ଅନ୍ୟପଟେ ଶ୍ରେୟା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଓଡ଼ିଆ ଭଜନ ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡିଉଡି କି ଗାଇଥିଲେ। ଏହି ଜଗନ୍ନାଥ ଭଜନ ଗାଇବା ବେଳେ ଶ୍ରେୟା ପାଦରୁ ଚପଲ ଓହ୍ଲାଇ ଖାଲି ପାଦରେ ଗୀତ ଗାଇଥିଲେ। ପିୟା ବୋଲେ କ୍ୟା ଏ ବୋଲେ ଜାନୁନା....ଗୀତରେ ଦର୍ଶକ ନିଜନିଜ ମୋବାଇଲ୍ ଲାଇଟ୍ ଜଳାଇଥିବା ବେଳେ ମଞ୍ଚର ସମ୍ମୁଖ ଭାଗ ଆକାଶରେ ତାରା ଝଲମଲ ହେଉଥିବା ଭ୍ରମ ସୃଷ୍ଟି କରିଥିଲା। ଶେଷରେ ଡୋଲାରେ ଡୋଲାରେ ଦିଲ୍ ଡୋଲା..... ଓ ମେରେ ଢୋଲ୍ନା ଶୁନ୍ ମେରେ ପ୍ୟାର୍ କୀ ଧୁନ୍ ସଂଗୀତରେ ଦର୍ଶକ ନାଚି ଉଠିଥିଲେ। ଶ୍ରେୟାଙ୍କୁ ଶୁଣିବା ପାଇଁ ଆଜି କାର୍ଯ୍ୟକ୍ରମ ଆରମ୍ଭର ୩ ଘଣ୍ଟା ପୂର୍ବରୁ ଦର୍ଶକମାନେ ପଡ଼ିଆରେ ଭିଡ ଜମାଇଥିଲେ।
Baliatra Shreya Ghoshal: କିମିଆ କଲେ ଶ୍ରେୟା ଘୋଷାଲ
Advertisment
Follow Us