​ବାର୍‌ ଭଙ୍ଗାରୁଜା ମାମଲା‌‌ର ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

ଚନ୍ଦ୍ରଶେଖରପୁର: ଡିଷ୍ଟ୍ରିକ୍ଟ ସେଣ୍ଟର୍‌ସ୍ଥିତ ଏକ ବାର୍‌ରେ ଭଙ୍ଗାରୁଜା ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି। ସେ ହେଲା, ଦେବପ୍ରସାଦ ଜେନା। ଦେବକୁ ମିଶାଇ ଏହି ଘଟଣାରେ ପୁଲିସ୍‌ ମୋଟ ୩୫ଜଣଙ୍କୁ ଗିରଫ କରିସାରିଲାଣି।

ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଦେବ ଓ ତା’ର କିଛି ସହଯୋଗୀ ବାର୍‌କୁ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବାର୍‌ ମ୍ୟାନେଜର୍‌ ସେମାନଙ୍କୁ ବାରଣ କରିବାରୁ ସେମାନେ ପାଟିତୁଣ୍ଡ କରିବା ସହ ଫୋନ୍‌ରେ ସେମାନଙ୍କ ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡାକି ଦେଇଥିଲେ। ପରେ ଅଭିଯୁକ୍ତମାନେ ବାର୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୁଲିସ୍‌ ସୂଚନାନୁଯାୟୀ, ଆଜି ଗିରଫ ହୋଇଥିବା ତଥା ଘଟଣାର ମାଷ୍ଟରମାଇଣ୍ଡ ଦେବପ୍ରସାଦ ଜଣେ ପେସାଦାର ଅପରାଧୀ। ତା’ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe