ନିର୍ମଳ ଶାସନ ପ୍ରତିଷ୍ଠା କରିବା ଥିଲା ପବିତ୍ର ବାବୁଙ୍କ ମୂ​ଳ ଲକ୍ଷ୍ୟ

Advertisment

ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

ନିର୍ମଳ ଶାସନ ପ୍ରତିଷ୍ଠା କରିବା ଥିଲା ପବିତ୍ର ବାବୁଙ୍କ ମୂ​ଳ ଲକ୍ଷ୍ୟ

ଭୁବନେଶ୍ୱର: ରାଜତନ୍ତ୍ର ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ବିଶିଷ୍ଟ ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ। ଅପୂର୍ବ ତ୍ୟାଗ, ସାହସିକତା ଓ ନିଷ୍ଠା ବଳରେ ଜନସାଧାରଣଙ୍କ ପାଖରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ଆୟୋଜିତ ସ୍ୱର୍ଗତ ପ୍ରଧାନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏପରି କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ରାଜ୍ୟରେ ନିର୍ମଳ ଶାସନ ପ୍ରତିଷ୍ଠା କରିବା ପବିତ୍ର ବାବୁଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ବିଧାୟକ ମୁକେଶ ପାଲ କହିଲେ, ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ କବଳରୁ ଏ ଜାତିକୁ ମୁକୁଳାଇବା ସ୍ୱର୍ଗତ ପ୍ରଧାନଙ୍କ ସ୍ବପ୍ନ ଥିଲା। ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱର୍ଗତ ପ୍ରଧାନଙ୍କ ଜୀବନାଦର୍ଶ ସଂପର୍କରେ ବର୍ଣ୍ଣନା କରିବା ସହ ମୂଲ୍ୟବୋଧଭିତ୍ତିକ ଆଦର୍ଶ, ତ୍ୟାଗ, ସଂଗ୍ରାମୀ କାର୍ଯ୍ୟକଳାପ, ସାହିତ୍ୟ ସାଧନା ଏବଂ ସମାଜସେବା ନିମନ୍ତେ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି କହିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe