ଦୋକାନ ସମ୍ମୁଖରେ ଗାଡ଼ି ରଖିବାରୁ ନିସ୍ତୁକ ମାଡ଼ ମାରି ଗାଡ଼ି ଲୁଟିନେଲେ

ଦୋକାନ ସମ୍ମୁଖରେ ଗାଡ଼ି ରଖିବାରୁ ନିସ୍ତୁକ ମାଡ଼ ମାରି ଗାଡ଼ି ଲୁଟିନେଲେ

Odisha News Insight

ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡସ୍ଥିତ ଛକ ନିକଟରେ ଜଣେ ଯୁବକ ଦୋକାନ ସମ୍ମୁଖରେ ବାଇକ୍ ରଖିବାକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ତତ୍ତ୍ବ ତାଙ୍କୁ ନିସ୍ତୁକ ମାଡ଼ ମାରି ଲୁଟ୍‌ପାଟ୍ କରିଛନ୍ତି। ଏପରିକି ତାଙ୍କ ପାଖରୁ ବାଇକ୍‌ ଛଡ଼ାଇ ନେଇ ଜଳେଶ୍ବରସ୍ଥିତ ଏକ ନିଶାବେପାରୀ ପାଖରେ ବିକ୍ରି କରିଦେଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଗତ ୪ତାରିଖରେ ଜଣେ ଯୁବକ ବରମୁଣ୍ଡା ଗାଁକୁ ସଂପର୍କୀୟଙ୍କ ଘରକୁ ଆସିଥିଲେ। ପରେ ଘରକୁ ଫେରିବା ବାଟରେ ସେ ଜଣେ ମହିଳା ଉଠା ଦୋକାନୀଙ୍କ ସମ୍ମୁଖରେ ଗାଡ଼ି ପାର୍କିଂ କରିଥିଲେ। ଏନେଇ ମହିଳା ବ୍ୟବସାୟୀଙ୍କ ସହିତ ତାଙ୍କର ବଚସା ହୋଇଥିଲା। ପରେ ମହିଳା ବ୍ୟବସାୟୀ ତାଙ୍କ ପୁଅକୁ ଡାକି ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ମୁହଁ ଓ କାନ ଫଟାଇଦେଇଥିଲେ। ପରେ ତାଙ୍କ ଗାଡ଼ି ଓ ଚାବି ଛଡ଼ାଇ ରଖିଥିଲେ। ଏନେଇ ଥାନାରେ ଅଭିଯୋଗ କଲେ ତାଙ୍କ ଗାଡ଼ି ଆଉ ପାଇବେ ନାହିଁ ବୋଲି ସେମାନେ ଧମକ ଦେଇଥିଲେ।

ପରେ ଏନେଇ ଯୁବକ ଓ ତାଙ୍କ ପରିବାର ଲୋକେ ଗାଡ଼ି ମାଗିବାରୁ ତାଙ୍କ ଗାଡ଼ି ଜଳେଶ୍ବର ନେଇ ନିଶା ବେପାରୀ ପାଖରେ ବିକ୍ରି କରିଦେଇଥିବା ଜଣାପଡ଼ିଛି। ଏନେଇ ଖଣ୍ଡଗିରି ଥାନାର ଯୁବକ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe