ମଦରେ ଭାସୁଛି ମାର୍କେଟ୍‌

Advertisment

ସଞ୍ଜ ନଇଁବ‌ା ମାତ୍ରେ ରୁଚିକା ହାଟ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟୁଛି। ରାତି ୧୨ ହେଉକି ଗୋଟାଏ, ଯେତେବେଳେ ଇଚ୍ଛା ହେଲା ମଦ ମିଳିବ। ଦେଶୀ ବିଦେଶୀ ସବୁ ମିଳୁଛି। ବିନା ଲାଇସେନ୍ସରେ ଚାଲିଛି ମଦ ବ୍ୟବସାୟ।

ସଞ୍ଜ ନଇଁବ‌ା ମାତ୍ରେ ରୁଚିକା ହାଟ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟୁଛି। ରାତି ୧୨ ହେଉକି ଗୋଟାଏ, ଯେତେବେଳେ ଇଚ୍ଛା ହେଲା ମଦ ମିଳିବ। ଦେଶୀ ବିଦେଶୀ ସବୁ ମିଳୁଛି। ବିନା ଲାଇସେନ୍ସରେ ଚାଲିଛି ମଦ ବ୍ୟବସାୟ।

gdjjgdgdjdgj

ଖଣ୍ଡଗିରି: ସଞ୍ଜ ନଇଁବ‌ା ମାତ୍ରେ ରୁଚିକା ହାଟ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟୁଛି। ରାତି ୧୨ ହେଉକି ଗୋଟାଏ, ଯେତେବେଳେ ଇଚ୍ଛା ହେଲା ମଦ ମିଳିବ। ଦେଶୀ ବିଦେଶୀ ସବୁ ମିଳୁଛି। ବିନା ଲାଇସେନ୍ସରେ ଚାଲିଛି ମଦ ବ୍ୟବସାୟ। କଲେଜ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଲାଗୁଛି ଗହଳି। ନିର୍ଦ୍ଧାରିତ ଦରଠାରୁ ୫୦ରୁ ୧୦୦ଟଙ୍କା ଅଧିକ ଦେଇ ମଦ କିଣିବାକୁ ମଧ୍ୟ ସଙ୍କୋଚ କରୁନାହାନ୍ତି ଗ୍ରାହକ। ତେବେ ରାଜଧାନୀର ଛାତି ଉପରେ ବେଆଇନ ଭାବେ ଚାଲିଥିବା ଏହି ମଦ କାରବାର ସମ୍ପର୍କରେ ଅବକାରୀ ବିଭାଗ କିପରି ଜାଣିପାରୁନି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ହାଟକୁ ଆସୁଥିବା ମହିଳା ଓ ଶିଶୁ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ରାଜଧାନୀରେ ସବୁଠାରୁ ଅଧିକ ମହିଳା ଆସୁଥିବା ହାଟ ମଧ୍ୟରେ ବରମୁଣ୍ଡାସ୍ଥିତ ରୁଚିକା ମାର୍କେଟ୍‌ ଆଗରେ ରହିଛି। ତେବେ ଏହି ହାଟରେ ବେଆଇନ ଭାବେ ମଦ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଛି। ସୋମ, ବୁଧ ଓ ଶନିବାର ଦିନ ହାଟପାଳି ରହୁଥିଲା ବେଳେ ଅନ୍ୟ ଦିନମାନଙ୍କରେ ହାଟ ପିଣ୍ଡି ଫାଙ୍କା ରହୁଛି। ଫଳରେ ମଦ୍ୟପମାନଙ୍କୁ ଆସର ଜମାଇବାକୁ ସ୍ଥାନ ମିଳିଯାଉଛି। ବରମୁଣ୍ଡା ବିଦ୍ୟୁତ୍‌ କାର୍ଯ୍ୟାଳୟର ସମ୍ମୁଖରେ ଥିବା ଗଳିରେ ଏହି ବେପାର ଜୋର୍‌ ଧରିଛି। ଏହି ସଂକୀର୍ଣ୍ଣ ରାସ୍ତାରେ ଗଲେ ଶେଷ ମୁଣ୍ଡରେ ଏକ ପିଣ୍ଡି ରହିଛି। ତା’ ପାଖରେ ଏକ ବାଉଁଶ ଚାଞ୍ଚଡ଼ା ଆଉଜାଇ ହୋଇରହୁଛି। ସେଠାରେ ଯାଇ ବ୍ରାଣ୍ଡ ନାଁ ନେଲେ କ୍ଷଣିକ ଭିତରେ ମଦ ହାଜର ହୋଇଯାଉଛି। ଅନ୍ଧାରର ସୁଯୋଗ ନେଇ ନିଶାଡ଼ିମାନେ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହୁଛନ୍ତି। ମଦ ସରିଗଲେ ଆହୁରି ମଦ ଆସୁଛି। ତେବେ ସବୁଠାରୁ ବଡ଼କଥା ଏଠାରେ ବେଆଇନ ଭାବେ ବିକ୍ରି ହେଉଥିବା ମଦ ଅସଲି ନା ନକଲି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାତି ସାଢ଼େ ୧୧ଟା ପରଠାରୁ ସମସ୍ତ ମଦ କାଉଣ୍ଟର୍‌ ବନ୍ଦ ହୋଇଗଲେ ଏଠାରେ ମଦ କିଣିବାକୁ ଗ୍ରାହକଙ୍କ ଭିଡ଼ ବଢ଼ୁଛି। ବସ୍‌ଷ୍ଟାଣ୍ଡ ସନ୍ନିକଟ ତଥା ଜାତୀୟ ରାଜପଥଠାରୁ ମାତ୍ର ଦେଢ଼ଶହ ମିଟର ଦୂରରେ ମଦ ଆରାମରେ ମିଳିଯାଉଥିବାରୁ ଜାଣିଥିବା ଲୋକ ରାତି ଅଧରେ ବି ଆସି ମଦ ମାଗୁଛନ୍ତି।

ବରମୁଣ୍ଡା ଭଳି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଭଙ୍ଗ ହେବା ସହିତ ନକଲି ମଦ କାରବାର କଥା ଉଠୁଛି। ଦୁଇମାସ ତଳେ ବରମୁଣ୍ଡା ଅଞ୍ଚଳର ଏକ ମଦ ଦୋକାନ ନାଁରେ ଭେଜାଲ ମଦ ବିକ୍ରି ନେଇ ପ୍ରମାଣ ମିଳିବା ପ‌ରେ ଏଠାରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣ ମଦ ଜବତ ସହିତ ନଷ୍ଟ କରାଯାଇଥିଲା। ବର୍ତ୍ତମାନ ରୁଚିକା ମାର୍କେଟ୍‌ରେ ମଧ୍ୟ ଦୀର୍ଘଦିନ ଧରି ଏହି ବେଆଇନ କାରବାର ଚାଲିଥିଲା ବେଳେ ଏହାକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏ ସମ୍ପର୍କରେ ଅବକାରୀ ବିଭାଗକୁ ପଚାରିବାରେ ଅଭିଯୋଗ ଆସିଛି ଓ ଚଢ଼ଉ କରାଯିବ ବୋଲି ପ୍ରତିକ୍ରିୟା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe