ପରିମଳ ନିୟମ ନମାନିଲେ ଦୋକାନ ବନ୍ଦ କରିବାକୁ ମେୟରଙ୍କ ନିର୍ଦ୍ଦେଶ

ପରିମଳ ନିୟମ ନମାନିଲେ ଦୋକାନ ବନ୍ଦ କରିବାକୁ ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ୱର ମେୟର ସୁଲୋଚନା ଦାସ ବିଏମସି କର୍ମଚାରୀଙ୍କ ସହ ବୁଧବାର ରାତିରେ କନଭେଣ୍ଟ ସ୍କୁଲ ପାଖ ଖାଓ ଗଳି ପରିଦର୍ଶନ କରିଛନ୍ତି। ସେଠାରେ ଥିବା ଦୋକାନଗୁଡିକ ଯେଉଁମାନଙ୍କ ନାମରେ ଆଲଟ ହୋଇଥିଲା ସେମାନେ ନଥିଲେ। ସେଥିରୁ ‌ଅନେକ ଦୋକାନ ଭଡାରେ ଚାଲିଥିବା ଜାଣିବାକୁ ପାଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ପରିବେଶ ଅତ୍ୟନ୍ତ କଦର୍ଯ୍ୟ ଥିବା ଦେଖିଥିଲେ। ଗୋଟିଏ ଗୋଟିଏ ବ୍ଲକରେ ଦୁଇ/ତିନିଟି ଦୋକାନ ଖୋଲିଥିବାରୁ ଅଧିକ ଭିଡ ଦେଖିବାକୁ ମିଳିଥିଲା। କାହା ମୁହଁରେ ମାସ୍କ ନଥିଲା। ସାମାଜିକ ଦୂରତା ବି ଦେଖିବାକୁ ମିଳିନଥିଲା। ଅବ୍ୟବସ୍ଥିତ ଢଙ୍ଗରେ ଦୋକାନ ଚାଲିଥିବାରୁ ମେୟର କ୍ଷୋଭ ପ୍ରକାଶ କରିଥିଲେ।

ପରିବେଶ ସ୍ବଚ୍ଛ ରଖିବାକୁ ଯାହା ନିୟମ ରହିଛି ତାହାକୁ ମାନିବାକୁ ପଡିବ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଲିଖିତ ଆକାରରେ ଦେବା ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ସୁଦ୍ଧା ଲେଖିକି ନଦେଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସ୍ପଷ୍ଟକରି ଦେଇଥିଲେ। ମେୟରଙ୍କ ଏଭଳି ତାଗିଦ ପରେ ଦୋକାନ ଯେଉଁମାନଙ୍କ ପ୍ରତି ଆଲଟ ହୋଇଛି ସେମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଏଣେ ଦୋକାନ କରିଥିବା ଭଡାଟିଆମାନଙ୍କ ମନରେ ବି ଛନକା ପଶିଯାଇଛି। ଯେଉଁମାନେ ଏଭଳି ବେନିୟମ ଭାବେ ଚାଲିଛନ୍ତି ସେମାନଙ୍କ ଉପରେ ଆଗାମୀ ଦିନରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିନେଇ ସମସ୍ତେ ସନ୍ଦୀହାନ ହୋଇପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe