ମାଂସ ଯୋଗାଉଥିବା ସଂସ୍ଥାକୁ ବୁଲା ଗାଈଗୋରୁ ଉଠାଇବା ଦାୟିତ୍ବ: କମିସନର୍‌ଙ୍କୁ ଭେଟିଲା ଗୋ-ସେବକ ମଣ୍ଡଳୀ

Advertisment

ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ

ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ

ମାଂସ ଯୋଗାଉଥିବା ସଂସ୍ଥାକୁ ବୁଲା ଗାଈଗୋରୁ ଉଠାଇବା ଦାୟିତ୍ବ: କମିସନର୍‌ଙ୍କୁ ଭେଟିଲା ଗୋ-ସେବକ ମଣ୍ଡଳୀ

Telegraph India

ପୁରୁଣା ଭୁବନେଶ୍ୱର: ନନ୍ଦନକାନନର ବନ୍ୟଜନ୍ତୁଙ୍କୁ ମାଂସ ଯୋଗାଉଥିବା ସଂସ୍ଥାକୁ ବୁଲା ଗୋରୁଗାଈ ଉଠାଇବା ଦାୟିତ୍ବ ଦିଆଯିବା ନେଇ ଗୋ-ସେବକମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଗୋ-ସେବକଙ୍କ ଏକ ପ୍ରତିନିଧିମଣ୍ଡଳୀ ଆଜି ବିଏମ୍‌ସି କମିସନରଙ୍କୁ ଭେଟି ଏହି ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

ସେମାନଙ୍କ ଅଭିଯୋଗ ହେଲା, ଗଳିକନ୍ଦିରୁ ବୁଲା ଗାଈଗୋରୁଙ୍କୁ ଉଠାଇବା ଦାୟିତ୍ୱ ଏବେ ବିଏମ୍‌ସି ଏକ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛି। ଚଳିତ ବର୍ଷ ଏହି ଟେଣ୍ଡର୍‌ ଏକ ମାଂସ ଯୋଗାଣକାରୀ ସଂସ୍ଥାକୁ ଦିଆଯାଇଛି। ସଂପୃକ୍ତ ସଂସ୍ଥା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଭିନ୍ନ ପ୍ରାଣୀଙ୍କ ମାଂସ ଯୋଗାଇ ଆସୁଛି। ତେଣୁ ଉକ୍ତ ସଂସ୍ଥାକୁ ଏ ଟେଣ୍ଡର୍‌ ଦିଆଯିବା ଧାର୍ମିକ ଭାବନାକୁ କୁଠାରାଘାତ କରିବ। ଅପରପକ୍ଷେ ଉକ୍ତ ସଂସ୍ଥା ବୁଲା ଗାଈଗୋରୁଙ୍କୁ ଥଇଥାନ କେନ୍ଦ୍ରରେ ଛାଡ଼ିବା ବଦଳରେ ସେମାନଙ୍କୁ ହତ୍ୟା କରି ମାଂସ ନନ୍ଦନକାନନକୁ ବିକିପାରେ ବୋଲି ଗୋ-ସେବକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଉକ୍ତ ସଂସ୍ଥାଠାରୁ କାର୍ଯ୍ୟାଦେଶ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଥିଲା। ଏନେଇ ଯଥାଶୀଘ୍ର ପଦକ୍ଷେପ ନିଆନଗଲେ, ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ଭୂପେଶ କୁମାର ନାୟକ, ଜିତେନ୍ଦ୍ର କୁମାର ଦାସ, ଦେବାଶିଷ ବଳ, ରାଜୀବ ଲୋଚନ ମିଶ୍ର, ରାଜେଶ ପୃଷ୍ଟି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe