‘ସ୍ୱାଧୀନତା ସଂଗ୍ରାମର ଏକ ଅଙ୍ଗ ଥିଲା ଗଣମାଧ୍ୟମ’

Advertisment

ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଧୁନିକ କାରିଗରୀକୁ ଆପଣେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଗଣମାଧ୍ୟମ ଗ୍ରାହକ ତଥା ଜନକୈନ୍ଦ୍ରିକ ହେବା ଦରକାର ବୋଲି ସୋମବାର ବରଗଡ଼ ଗାନ୍ଧୀ...

ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଧୁନିକ କାରିଗରୀକୁ ଆପଣେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଗଣମାଧ୍ୟମ ଗ୍ରାହକ ତଥା ଜନକୈନ୍ଦ୍ରିକ ହେବା ଦରକାର ବୋଲି ସୋମବାର ବରଗଡ଼ ଗାନ୍ଧୀ...

gdjggjgjgj

ବରଗଡ଼: ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଧୁନିକ କାରିଗରୀକୁ ଆପଣେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଗଣମାଧ୍ୟମ ଗ୍ରାହକ ତଥା ଜନକୈନ୍ଦ୍ରିକ ହେବା ଦରକାର ବୋଲି ସୋମବାର ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ପୁସ୍ତକ ମେଳାରେ ଯୋଗ ଦେଇ କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। 

‘ଗଣମାଧ୍ୟମର ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଗଣମାଧ୍ୟମ ବିଜ୍ଞାପନଦାତାଙ୍କ ସହ ଚୋରା ପୀରତି ରଖିଲେ ବିଶ୍ୱସନୀୟତା ହରାଇବ। ଜନମତକୁ ପ୍ରଥମ ସ୍ଥାନରେ ରଖିବାକୁ ହେବ। ଆମେ ଲୋକଙ୍କ ସାଂଗରେ ରହି ଲୋକଙ୍କ ମତକୁ ଆଗରେ ରଖିବାକୁ ହେବ। ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧୀଙ୍କ ବିଚାରଧାରା ପତ୍ରିକା ଓ ଗଣମାଧ୍ୟମ ଜରିଆରେ ସାରା ଭାରତ ନାଗରିକଙ୍କୁ ଏକତ୍ରିତ କରିପାରିଥିଲା। ସେ ସମୟର ଗଣମାଧ୍ୟମ ସ୍ୱାଧୀନତା ଆନ୍ଦୋଳନର ଅଂଶବିଶେଷ ଥିଲା। ବ୍ୟାବସାୟିକ ନଥିଲା। ହୁଏତ ସେ ସମୟରେ ଗଣମାଧ୍ୟମ ନଥିଲେ ଆନ୍ଦୋଳନ ସଫଳ ହୋଇନଥାନ୍ତା। କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବାହାରିଥିବା ଗଣମାଧ୍ୟମରେ ପରିବର୍ତ୍ତନ ଆସିଥିଲା।

 ବର୍ତ୍ତମାନ ଆଧୁନିକ କାରିଗରୀ ଜରିଆରେ ଆମେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ମତକୁ ଉପସ୍ଥାପନ କରିବାକୁ ହେବ। ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଏହା ହେଲେ ଗଣମାଧ୍ୟମ ସଫଳତା ସାଉଁଟିବ। ବୁଦ୍ଧିଜୀବୀ ସମାଜ, ନାଗରିକ ସମାଜ ମାଟି ମନସ୍କ ହେଲେ, ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେବ। ଯିଏ ଯେଉଁ ପାର୍ଟିରେ ରହିଲେ ବି ମାଟି ମନସ୍କ ହେଲେ ପାର୍ଟିରେ ବି ସୁଧାର ଆସିବ। ଆଉ ମାଟି ମନସ୍କତା ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆଲୋଚନାଚକ୍ରରେ ପାଠାଗାରର ବରିଷ୍ଠ ସଦସ୍ୟ ତଥା ପଞ୍ଚାୟତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପତିତପାବନ ସାହୁ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe