୨୦୨୪ ସୁଦ୍ଧା ବାରଙ୍ଗରେ ମେଗା ଜଳ ପ୍ରକଳ୍ପ

Advertisment
୨୦୨୪ ସୁଦ୍ଧା ବାରଙ୍ଗରେ ମେଗା ଜଳ ପ୍ରକଳ୍ପ

Utkal Updates

ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ବ୍ଲକ୍‌ର ମୁଣ୍ଡଳୀ ଓ ରାମଦାଶପୁର ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସରିଛି। କିନ୍ତୁ ଆହୁରି ୬ ପଞ୍ଚାୟତ ମେଗା ପାନୀୟ ଜଳ ପ୍ରକଳ୍ପରେ ସାମିଲ୍ ହୋଇପାରିନାହିଁ। ତେବେ ଏନେଇ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ଓ ୨୦୨୪ ସୁଦ୍ଧା ସମସ୍ତ ୬ ପଞ୍ଚାୟତକୁ ପା‌ଇପ୍‌ ଜଳ ଯୋଗାଣ ହୋଇଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ବାରଙ୍ଗ ମଧୁବନଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଲେ ଯେ ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡ଼ା ବ୍ଲକ୍‌ର ୧୭ ପଞ୍ଚାୟତ ଓ ବାଙ୍କୀ ବ୍ଲକ୍‌ର ୧୩ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି।

ତେବେ ବାରଙ୍ଗ ବ୍ଲକ୍‌ର ଦାଢାପାଟଣା, ଶ୍ରୀବନ୍ତପୁର, କୁହ୍ନେଇପଡ଼ା, ମଧୁପୁର, ବେଲଗଛିଆ ଓ ନରାଜ-ମାର୍ଥାପୁର ପଞ୍ଚାୟତ ମେଗା ଜଳ ପ୍ରକଳ୍ପରେ ଉପକୃତ ହୋଇପାରିନାହାନ୍ତି। ଏଥିପାଇଁ ସର୍ଭେ ଠାରୁ ଆରମ୍ଭ କରି ଟେଣ୍ଡର ପ୍ରକ୍ରିୟା ପର୍ଯ୍ୟନ୍ତ ବହୁ ପର୍ଯ୍ୟାୟ ରହିଛି। ଏହା ଏକ ଲମ୍ବା ପ୍ରକ୍ରିୟା। ତେବେ ୨୦୧୯ ନିର୍ବାଚନ ବେଳର ପ୍ରତିଶ୍ରୁତି ଅନୁସାରେ ୨୦୨୪ ମସିହା ସୁଦ୍ଧା ଏହି ସବୁ କାମ ସରିବ ନିଶ୍ଚୟ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ସହ ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ଦଳେଇ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ରମାକାନ୍ତ ରାଉତ, ବେଲଗଛିଆ ସରପଞ୍ଚ ମାନିନୀ ସାହୁ, ନରାଜ ସରପଞ୍ଚ ଗୀତାଞ୍ଜଳି ସାହୁ, ମୁଣ୍ଡଳୀ ସମିତି ସଭ୍ୟା ପୁଷ୍ପାଞ୍ଜଳି ସାହୁ, ରାମଦାଶପୁର ସରପଞ୍ଚ ଗୌରୀବାଳା ଦାସ, ସମିତି ସଭ୍ୟା ପାର୍ବତୀ ସିଂ, କୁହ୍ନେଇପଡ଼ା ସମିତି ସଭ୍ୟା ପ୍ରାଚୀନା ଦାସ, ମଧୁପୁର ପୂର୍ବତନ ସରପଞ୍ଚ ସୁମିନା ପ୍ରଧାନ, ଦାଢାପାଟଣା ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ବାରଙ୍ଗ ବ୍ଲକ୍‌ ବିଜେଡି ସଭାପତି ଅଶୋକ କୁମାର ରାଉତ ସନ୍ତୋଷ ପାଣି, ନିରଞ୍ଜନ ସାହୁ, ତପନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ପାନୀୟ ଜଳ ଯୋଗାଣକୁ ନେଇ ଗତ କିଛି ଦିନ ପୂର୍ବେ ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲା। ତେଣୁ ଆଜିର ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବିଜେପିକୁ କଟୁ ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe