ଉନ୍ମୋଚନ ହେଲା ସ୍ମାରକୀ ସ୍ମରଣୀକା ‘ସତ୍‌ସଙ୍ଗ’: ଯଦୁମଣି ସ୍ୱାଇଁଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ

ଦ୍ବିତୀୟ ଶ୍ରୀ ଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ବାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ ପକ୍ଷରୁ ଯଦୁମଣି ସ୍ୱାଇଁଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋ‌ଇଯାଇଛି। ଏହି ଅବସରରେ ଚଳିତ ବର୍ଷର ସ୍ମରଣୀକା ‘ସତ୍‌ସଙ୍ଗ’କୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା....

sfhsfhxvb

ଖଣ୍ଡଗିରି: ଦ୍ବିତୀୟ ଶ୍ରୀ ଚୈତନ୍ୟ ନାମାଚାର୍ଯ୍ୟ ଯଦୁମଣି ସ୍ବାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ ପକ୍ଷରୁ ଯଦୁମଣି ସ୍ୱାଇଁଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋ‌ଇଯାଇଛି। ଏହି ଅବସରରେ ଚଳିତ ବର୍ଷର ସ୍ମରଣୀକା ‘ସତ୍‌ସଙ୍ଗ’କୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ନିଜ ବାସଭବନରେ ଲୋକାର୍ପିତ କରିଛନ୍ତି। ଏଥିରେ ଅନୁଷ୍ଠାନର ପ୍ରସନ୍ନ ସ୍ବାଇଁ, ପ୍ରଭାତୀ ସ୍ବାଇଁ, ପ୍ରଦ୍ୟୁମ୍ନ ସ୍ବାଇଁ, ନୟନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ଅପରାହ୍ନରେ ଯଦୁମଣି ସ୍ୱାଇଁଙ୍କ ‌୧୦୦ତମ ଜନ୍ମୋତ୍ସବ ଓ ମାଳିକା ରଚନା ଦିବସ ପାଳିତ ହୋଇଥିଲା।

କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସାଧୁ ବିଷ୍ଣୁଗିରି, ‌ଯୋଗାଚାର୍ଯ୍ୟ ଅନ‌ାମ ମୁନି, ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାସ, ମୁଖ୍ୟ ବକ୍ତାଭାବେ ଦୀନରଞ୍ଜନ ପାଢ଼ୀ ଯୋଗଦେଇଥିଲେ। ଏହି ଅବସରରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଓ ନାମ ସଂକୀର୍ତ୍ତନ ମଣ୍ତଳୀ, କବି ଏବଂ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବହୁ ସାଧୁ, ସନ୍ଥ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ପ୍ରଭାତୀ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe