ଫୁଟ୍‌ ଓଭରବ୍ରିଜ୍‌ ପ୍ରସଙ୍ଗ: ସ୍ଥାନ ପରିଦର୍ଶନ ‌କଲେ ମନ୍ତ୍ରୀ, ବିଧାୟକ

Advertisment
ଫୁଟ୍‌ ଓଭରବ୍ରିଜ୍‌ ପ୍ରସଙ୍ଗ: ସ୍ଥାନ ପରିଦର୍ଶନ ‌କଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର: ପଳାସୁଣି ଛକରେ ହେବାକୁ ଥିବା ବହୁପ୍ରତୀକ୍ଷିତ ଫୁଟ୍‌ ଓଭରବ୍ରିଜ୍‌ର ନିର୍ମାଣ ପାଇଁ ଆଜି ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏନ୍‌ଏଚ୍‌ଏଆଇ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହାସହ ଖୁବ୍‌ଶୀଘ୍ର କାମ ଆରମ୍ଭ କରିବା ଦିଗରେ ମଧ୍ୟ ଆଲୋଚନା କରିଛନ୍ତି। ଉକ୍ତ ସ୍ଥାନରେ ଜମି ଅଧିଗ୍ରହଣ ହେଲା ପରେ କାମ ଆରମ୍ଭ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋ‌ରେଟର୍‌ ବିପ୍ଳବ ବେହେରାଙ୍କ ସମେତ ସ୍ଥାନୀୟ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

ଉଲ୍ଲେଖ‌ଯୋଗ୍ୟ, ପଳାସୁଣି ଛକରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେବା ପରେ ଫୁଟ୍‌ ଓଭରବ୍ରିଜ୍‌ କାର୍ଯ୍ୟକୁ ନେଇ ସବୁ ସ୍ତରରେ ତତ୍ପରତା ପ୍ରକା‌ଶ ପାଇଛି। ହେଲେ କାମ କେବେ ଆରମ୍ଭ ହୋଇ ଶେଷ ହେବ, ସେ ନେଇ ଅଞ୍ଚଳବାସୀ ଏବେ ବି ଦ୍ବନ୍ଦ୍ବରେ ଅଛନ୍ତି। ‌ତେଣୁ ତୁରନ୍ତ କାମ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି।

ସେହିଭଳି ପଳାସୁଣିରେ ନିର୍ମାଣ ହେବାକୁ ଥିବା ଜି ପ୍ଲସ୍‌ ହାଟର ସ୍ଥାନକୁ ହାଟ ସଭାପତି ରମେଶ ସାହୁଙ୍କ ଅଧ୍ୟକ୍ଷତାରେ ବିଧାୟକ ଏବଂ ମନ୍ତ୍ରୀ ପରିଦର୍ଶନ କରିଥିଲେ। ହାଟ କାମ ତୁରନ୍ତ ଆରମ୍ଭ କରାଯାଇ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe