ମାନବିକତା ଦେଖାଇଲେ ଗଣଶିକ୍ଷା ମନ୍ତ୍ରୀ, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ମେଡିକାଲ ନେଲେ

Advertisment

କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା

କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା

ମାନବିକତା ଦେଖାଇଲେ ଗଣଶିକ୍ଷା ମନ୍ତ୍ରୀ, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ମେଡିକାଲ ନେଲେ

ଭୁବନେଶ୍ବର: ରୋଗୀଙ୍କୁ ସେବା ଯୋଗାଇବା ଲାଗି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି। ଫୋନ୍‌ କରିବା କ୍ଷଣି ଆମ୍ବୁଲାନ୍ସ ରୋଗୀଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଥାଏ। ତତ୍‌କ୍ଷଣାତ୍‌ ମେଡିକାଲକୁ ନେଇଯାଏ। ତେବେ ଯେତେବେଳେ ଆମ୍ବୁଲାନ୍ସ ସେବା ବିଳମ୍ବ ହୁଏ, ସେତେବେଳେ ରୋଗୀଙ୍କୁ କେବଳ ଭଗବାନ ଭରସା। ଆଜି ସେଭଳି ଏକ ଘଟଣା ଭୁବନେଶ୍ବର ଉପକଣ୍ଠ ସିଫା ନିକଟରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତାପାର୍ଶ୍ବରେ ଛଟପଟ ହେଉଥିଲେ ଜଣେ ଯୁବକ। ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କେହି ସହାୟତା କରିବାକୁ ଆସି ନଥିଲେ। ଏତି‌କିବେଳେ ଦେବଦୂତ ଭାବେ ଛିଡ଼ା ହୋଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାସ୍ତାପାର୍ଶ୍ବରେ ଦୁର୍ଘଟଣାଗସ୍ତ ହୋଇ ଛଟପଟ ହେଉଥିବା ପିପିଲିର ଯୁବକ ମୁନାଙ୍କୁ ଶ୍ରୀ ଦାଶ ନିଜ ଗାଡ଼ିରେ ଉଠାଇ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ସେଠାରେ ଉପସ୍ଥିତ ରହିଥିଲେ।

publive-image

ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ହେବ। ମନ୍ତ୍ରୀ ଶ୍ରୀ ଦାଶ ନିଜ ନିର୍ବାଚନମଣ୍ଡଳୀ ନିମାପଡ଼ାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭୁବନେଶ୍ବର ଫେରୁଥିଲେ। ପିପିଲି ଓ ଭୁବନେଶ୍ବର ମଧ୍ୟ ଭାଗରେ ଥିବା କେନ୍ଦ୍ରୀୟ ମତ୍ସ୍ୟ ପ୍ରଜନନ ଓ ଗବେଷଣା କେନ୍ଦ୍ର(ସିଫା) ନିକଟ ରାସ୍ତା ପାର୍ଶ୍ବରେ ଜଣେ ଅଜଣା ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଉକ୍ତ ଯୁବକଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ମନ୍ତ୍ରୀ ଶ୍ରୀ ଦାଶ ଗାଡ଼ି ଅଟକାଇ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବ ବୋଲି ଜାଣିବା ପରେ ମନ୍ତ୍ରୀ ଶ୍ରୀ ଦାଶ ବିଳମ୍ବ ନ କରି ଯୁବକଙ୍କୁ ନିଜ ଗାଡ଼ିରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ନିଜେ ପ୍ରାୟ ଏକ ଘଣ୍ଟା ଧରି ହସ୍ପିଟାଲରେ ଉପସ୍ଥିତ ରହି ଯୁବକଟିର ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ସମାଜରେ ଲୋକଙ୍କ ଭିତରେ ମାନବିକତା ହଜି ଯାଉଥିବା ବେଳେ ମନ୍ତ୍ରୀ ଶ୍ରୀ ଦାଶଙ୍କ ଏଭଳି ମାନବିକତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ଯୁବକଜଣଙ୍କ ହସ୍ପିଟାଲରେ ଅଛନ୍ତି ଏବଂ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି। ତାଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ ଖବର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe