ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ବାସଭବନ ଘେରାଉ

Advertisment

ବୈଷୟିକ ଶିକ୍ଷା ପରୀକ୍ଷାରେ ଆସିବ ସଂସ୍କାର: ମନ୍ତ୍ରୀ

ବୈଷୟିକ ଶିକ୍ଷା ପରୀକ୍ଷାରେ ଆସିବ ସଂସ୍କାର: ମନ୍ତ୍ରୀ

ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର: କରୋନା ସଂକ୍ରମଣ ଜାରି ରହିଥିବାରୁ ପ୍ରଥମ ସେମିଷ୍ଟର ପରୀକ୍ଷା ବାତିଲ୍‌ ଦାବିରେ ରାଜ୍ୟର ବିଭିନ୍ନ ପଲିଟେକ୍‌ନିକ୍‌ର ଛାତ୍ରଛାତ୍ରୀ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଥିଲେ। ସେମାନେ କହିଥିଲେ ଯେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି। ଏଥିସହ ମୃତ୍ୟୁ ସଂଖ୍ୟା ବି ଅଧିକ ରହୁଛି। ତେଣୁ ଏଭଳି ସମୟରେ କ୍ଲାସରୁମ୍‌ ପରୀକ୍ଷା ଦେବା ସମ୍ଭବ ନୁହେଁ। ଯେହେତୁ ପ୍ରଥମ ସେମିଷ୍ଟର ପାଠପଢ଼ା ଅନ୍‌ଲାଇନ୍‌ରେ ହୋଇଛି ତେଣୁ ପରୀକ୍ଷା ବି ଅନ୍‌ଲାଇନ୍‌ରେ କରାଯାଉ। ନ ହେଲେ ବିନା ପରୀକ୍ଷାରେ ପରବର୍ତୀ ସେମିଷ୍ଟରକୁ ଉତ୍ତୀର୍ଣ୍ଣ ନେଇ ବିଜ୍ଞପ୍ତି ପ୍ରକାଶ ହେଉ। ଯଦି ବିଭାଗୀୟ କର୍ତୃପକ୍ଷ ତୁରନ୍ତ ହସ୍ତ‌କ୍ଷେପ ନ କରନ୍ତି ଆଗାମୀ ଦିଗରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ହୋଇନି। ଠିକ ସମୟରେ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ ପାଇଁ ବିଭାଗ ସଂସ୍କାର ଆଣିବାକୁ ଯାଉଛି। ପ୍ରଥମେ ଅଯୁଗ୍ମ ସେମିଷ୍ଟର ପରୀକ୍ଷା ହେବ ଏବଂ ତା’ପରେ ଯୁଗ୍ମ ସେମିଷ୍ଟର ପରୀକ୍ଷା କରାଯିବ। ଏଭଳି ହେଲେ ଏପ୍ରିଲ ସୁଦ୍ଧା ପରୀକ୍ଷା କରାଯିବା ସହ ଠିକ ସମୟରେ ଫଳ ବାହାରିପାରିବ। ଫଳରେ ଆଗକୁ ନିଯୁକ୍ତି କି ଉଚ୍ଚଶିକ୍ଷାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe